ରିପୋର୍ଟ କାର୍ଡ / ଭୁବନେଶ୍ବର
ଖଣ୍ଡଗିରି କୁମ୍ଭମେଳାରେ ଯାତ୍ରା ପରିବେଷଣ ପ୍ରସଙ୍ଗରେ ବିଏମସି ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପରିବେଷଣ କଲେ ଅଧାରୁ ଯାତ୍ରା ବନ୍ଦ ହେବ। କାହାର ଭାବନାକୁ ଆଘାତ ବରଦାସ୍ତ କରାଯିବନି। ଏହାଉପରେ ବିଏମସି ଓ ପୋଲିସ ଟିମ୍ ଯାତ୍ରା ପେଣ୍ଡାଲ ଉପରେ ନଜର ରଖିବେ। ପୂର୍ବରୁ ଯାତ୍ରା କମିଟି,ମାଲିକଙ୍କ ସହ ବିଏମସି ଆଲୋଚନା କରିଛି। ଏନେଇ ବିଏମସି କମିଶନରଙ୍କ ପକ୍ଷରୁ ସୂଚନା ମିଳିଛି। ସୂଚନା ଯୋଗ୍ୟ, ଶୁକ୍ରବାର ଠାରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରି ମେଳା । ନାମ, ସଂକୀର୍ତ୍ତନରେ କମ୍ପିବ ପୁରା ଖଣ୍ଡଗିରି ଅଞ୍ଚଳ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ପାହାଡର ପାଦଦେଶରୁ ଉପର ଯାଏଁ ପରିମଳ, ସଫେଇ, ସୌର୍ନ୍ଦ୍ୟକରଣ ଉପରେ ଗୁରୁତ୍ୱ ଦିଆଯାଇଛି । ଆଲୋକିକରଣ ସାଙ୍ଗକୁ ସୌର୍ନ୍ଦ୍ୟକରଣ ନେଇ ସମସ୍ତ ପ୍ରସ୍ତୁତି କରିଛି ବିଏମସି । ବାବାଙ୍କ ଆଖଡାରୁ ଦେବସଭା ସବୁଠି ଚଳଚଞ୍ଚଳ ହୋଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଶହ ଶହ ସାଧୁ ସନ୍ଥ ରାଜଧାନୀରେ ପହଂଚି ସାରିଛନ୍ତି । ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ସିସିଟିଭି ଓ ପାର୍କିଂ ଉପରେ ଗୁରୁତ୍ୱ ଦିଆଯାଇଛି ହେବ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..