Report Card Odisha

| Daily Odia News

ହତ୍ୟା ଷଡ଼ଯନ୍ତ୍ର ସୂଚନା :ୟୁକ୍ରେନ ଗସ୍ତ ବାତିଲ୍‌ କଲେ ଫ୍ରାନ୍ସ ରାଷ୍ଟ୍ରପତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କର ଏହି ସପ୍ତାହରେ ୟୁକ୍ରେନ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା କିନ୍ତୁ ଯାତ୍ରାର କିଛି ଦିନ ପୂର୍ବରୁ ଏହି ଗସ୍ତ ବାତିଲ କରାଯାଇଛି । ଏହା ପଛର କାରଣକୁ ରୁଷର ଗଣମାଧ୍ୟମ ୟୁକ୍ରେନରେ ମାକ୍ରୋନଙ୍କ ଉପରେ ଘାତକ ଆକ୍ରମଣର ଭୟ ବୋଲି ଦର୍ଶାଇଛନ୍ତି। ମାକ୍ରୋନଙ୍କ କିଭ ଗସ୍ତ ଫେବ୍ରୁଆରି ମଧ୍ୟଭାଗରେ ହେବାର ଥିଲା । ରୁଷର ଗଣମାଧ୍ୟମ ଖବର ଅନୁଯାୟୀ, ୟୁକ୍ରେନରେ ମାରାତ୍ମକ ଆକ୍ରମଣ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ମାକ୍ରୋନଙ୍କ ଗସ୍ତ ବାତିଲ କରାଯାଇଛି । ରୁଷର ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି ଯେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଛନ୍ତି ଏବଂ ଏହି ଆକ୍ରମଣକୁ ପ୍ରତିରକ୍ଷା ଇଣ୍ଟେଲିଜେନ୍ସ ମୁଖ୍ୟ କିରିଲ ବୁଡାନୋଭଙ୍କ ତତ୍ତ୍ଵାବଧାନରେ କରାଯାଇଥାନ୍ତା । ରୁଷର ରାଷ୍ଟ୍ରପତି କୌଣସି ସୂତ୍ରରୁ ଏହି ଖବର ପାଇଯାଇଥିଲେ । ରୁଷର ଖବରକାଗଜ ଇଜଭେଷ୍ଟିଆରେ ପ୍ରକାଶିତ ଖବର ଅନୁଯାୟୀ ଏହି ଆକ୍ରମଣ ବିଷୟରେ ସୂଚନା ୟୁକ୍ରେନ ସେନାର ପୂର୍ବତନ ସେନାଧ୍ୟକ୍ଷ ଭାଲେରୀ ଜାଲୁଜ୍ନିଙ୍କ ଦ୍ଵାରା ଫ୍ରାନ୍ସ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିଲା ଏବଂ ଏହା ପରେ ସେ ଏହି ଯାତ୍ରା ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ୟୁକ୍ରେନ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି ସେମାନଙ୍କୁ ମିଥ୍ୟା ଏବଂ ତାଙ୍କ ଦେଶ ବିରୋଧରେ ରୁଷର ଅପପ୍ରଚାର ବୋଲି କହିଛି । ଏହି ଖବରର ଉତ୍ତରରେ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରତିନିଧି ୟୁସୋଭ କହିଛନ୍ତି ଯେ ୟୁକ୍ରେନ ଉପରେ ଏହା ଏକ ପ୍ରକାର ରୁଷର ଭୁଲ ସୂଚନା । ଏହିପରି ପ୍ରଚାର କରି ରୁଷ ଆମକୁ ଆନ୍ତର୍ଜାତୀୟ ସ୍ତରରେ ବଦନାମ କରିବାକୁ ଚାହୁଁଛି ।

Breaking News