Report Card Odisha

| Daily Odia News

ଆଜି ପବିତ୍ର ମାଘ ସପ୍ତମୀ…..

CREATOR: gd-jpeg v1.0 (using IJG JPEG v62), quality = 90

ରିପୋର୍ଟ କାର୍ଡ / କୋଣାର୍କ

ଆଜି ପବିତ୍ର ମାଘ ସପ୍ତମୀ। ଭୋରରୁ କୋଣାର୍କ ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ଶୃଙ୍ଖଳିତ ଭାବେ ବୁଡ଼ ପକାଇବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ଆଖି ଆଗରେ ରଖି ସୁରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି। ପୌରାଣିକ ମତ ଅନୁସାରେ, ଆଜି ପ୍ରଭୁ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ଶ୍ରାପ ଜନିତ ରୋଗରୁ ମୁକ୍ତ ହୋଇଥିଲେ। ଏଥିସହ ମାଘ ସପ୍ତମୀରେ ଲାଙ୍ଗୁଳା ନରସିଂହ ଦେବ ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା କରିଥିଲେ। ତେଣୁ ନିଜ ପରିବାରକୁ ରୋଗ ଶୋକ ଭୟରୁ ମୁକ୍ତ ରଖିବା ପାଇଁ ହିନ୍ଦୁ ଧର୍ମାବଲମ୍ବୀ ମାନେ ଚନ୍ଦ୍ରଭାଗାରେ ବୁଡ଼ ପକାଇଥାନ୍ତି।
ମାଘ ସପ୍ତମୀରୁ ଆରମ୍ଭ ହେଉଛି ଖଣ୍ଡଗିରି ମେଳା ।

Breaking News