ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜଧାନୀ ଦିଲ୍ଲୀର ଅଲିପୁର ଦୟାଲ ମାର୍କେଟରେ ଥିବା ଏକ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ହେବା ପରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଜଣେ ପୁଲିସ୍ କର୍ମଚାରୀ ବି ଥିବା ଜଣାଯାଇଛି। ନିଆଁର ପ୍ରକୋପ ଏତେ ଥିଲା ଯେ ୨୨ଟି ଦମକଳ ବାହିନୀ ଆସିବା ପରେ ନିଆଁ ଲିଭାଇବା ପାଇଁ ନିୟୋଜିତ ହୋଇଥିଲେ। ଦୀର୍ଘ ଘଣ୍ଟାର ପରିଶ୍ରମ ପରେ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ମୃତକମାନେ ଫ୍ୟାକ୍ଟ୍ରିର କର୍ମଚାରୀ ବୋଲି ସୂଚନା ମିଳିଛି। ଅଗ୍ନିକାଣ୍ଡରେ କିଛି ଲୋକେ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ସୂଚନା ଅନୁଯାୟୀ କାରଖାନାରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଥିଲା। ଆଖପାଖ ଘରକୁ ବି ଏହି ନିଆଁ ବ୍ୟାପି ଯାଇଥିବା ବେଳେ ସେଠାରେ ଥିବା କିଛି ଲୋକ ଆହତ ହୋଇଥିବା ଜଣାଯାଇଛି। ତେବେ କିଭଳି ସ୍ଥିତିରେ ଘଟିଲା ବିସ୍ଫୋରଣ ସେ ନେଇ ଖୋଳତାଡ଼ ଚାଲିଛି ।






More Stories
ଆସିୟା ଙ୍କୁ ଆଜୀବନ କାରାଦଣ୍ଡାଦେଶ…..
ଲାଲୁଙ୍କ ପିଟିସନ ଖାରଜ…..
ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ……