ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସ ସାଂସଦ ଧୀରଜ ସାହୁ ସଂଶୋଧିତ ଆୟକର ରିଟର୍ଣ୍ଣ ଦାଖଲ କରିଛନ୍ତି। ସେଥିରେ ସେ ୧୫୦ କୋଟି ଟଙ୍କାର ଆୟ ଉପରେ ଟିକସ ପ୍ରଦାନ କରିଛନ୍ତି। ଧୀରଜଙ୍କ ବାସଭବନ ସମେତ ଅନ୍ୟାନ୍ୟ ସ୍ଥାନରୁ ୩୫୧.୮ କୋଟି ଟଙ୍କା ଜବତ ହୋଇଥିଲା । ଏହି ବିଷୟ ସେତେବେଳେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ତାଙ୍କ ନିକଟରୁ ଉଦ୍ଧାର ହୋଇଥିବା ଟଙ୍କା ମଧ୍ୟରୁ ୫୦ କୋଟି ଟଙ୍କାର କୌଣସି ହିସାବ ମିଳୁନାହିଁ। ଫଳରେ ତାଙ୍କ ଉପରେ ଜରିମାନା ଓ ଟିକସ ଲାଗିପାରେ। ଅନ୍ୟପକ୍ଷରେ ବ୍ୟବସାୟୀରୁ ରାଜନେତା ବନିଥିବା ଶ୍ରୀ ସାହୁ ଯୁକ୍ତି ବାଢ଼ିଛନ୍ତି ଯେ ତାଙ୍କ ନିକଟରୁ ଯେଉଁସବୁ ଅର୍ଥ ଜବତ ହୋଇଛି ତାହା ଚଳିତ ଆର୍ଥିକବର୍ଷର ବ୍ୟବସାୟ ଅର୍ଥ। ଏଥିପାଇଁ ଆୟକର ରିଟର୍ଣ୍ଣ ଆସନ୍ତା ଆର୍ଥିକବର୍ଷରେ ହିଁ ଦାଖଲ ହେବ। ତେବେ ୫୦ କୋଟି ଟଙ୍କାର ହିସାବ ମିଳୁ ନଥିବାରୁ ଆୟକର ବିଭାଗ ଏହା ଉପରେ ଜରିମାନା ଏବଂ ଟିକସ ଲଗାଇବ ବୋଲି କୁହାଯାଉଛି। ଗତବର୍ଷ ଡିସେମ୍ବରରେ ଆୟକର ବିଭାଗ ୩୫୧.୮ କୋଟି ଟଙ୍କା ଜବତ କରିଥିଲା। ଏଥିସହିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ଏହି ମାମଲାରେ ୧୧ ଘଣ୍ଟା ଜେରା କରିଥିଲା।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..