Report Card Odisha

| Daily Odia News

ଚାଷୀ ଆନ୍ଦେଳନ ବେଳେ ଚାଷୀଙ୍କର ମୃତ୍ୟୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଳୀ

ଏମଏସପି ବୃଦ୍ଧି ଗ୍ୟାରେଣ୍ଟି ସହ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଜାରିରଖିଛି କୃଷସଂଗଠନ । ଦିଲ୍ଳୀର ଶମ୍ଭୁ ସୀମାରେ କୃଷକଙ୍କ ଆନ୍ଦୋଳନ ଜୋରଦାର ଚାଲିଥିବା ବେଳେ ଜଣେ କୃଷକଙ୍କର ମୃତ୍ୟୁ ହୋଇଛି । ହୃଦଘାତ କାରଣରୁ ଚାଷୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ କୃଷକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ, ୬୫ ବର୍ଷୀୟ ଜ୍ଞାନ ସିଂ କୃଷକ ଆନ୍ଦୋଳନରେ ସାମିଲ ହେବାକୁ ଶମ୍ଭୁ ସୀମାରେ ପହଞ୍ଚିଥିଲେ । ଗୁରୁବାର ସନ୍ଧ୍ୟାରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜ୍ଞାନଙ୍କର ମୃତ୍ୟୁ ହୋଇଛି । ହସ୍ପିଟାଲରୁ ମୃତଦେହକୁ ଧାରଣାସ୍ଥଳକୁ ଅଣାଯିବ । ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ଶେଷକୃତ୍ୟ ସମ୍ପନ୍ନ କରାଯିବ । ଗତକାଲି ରାତିରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ଚାଷୀଙ୍କର ଆଲୋଚନା ହୋଇଥିଲା । କିନ୍ତୁ ଏଥିରେ କୌଣସି ସୁଫଳ ମିଳିନଥିଲା । ତେବେ ରବିବାର ପର୍ଯ୍ୟନ୍ତ କଷକ ମାନେ ଶମ୍ଭୁ ସୀମାରେ ଡେରା ପକାଇ ରହିବେ । କାରଣ ରବିବାର ଚଣ୍ଡିଗଡରେ ସରକାର ଓ ଚାଷୀଙ୍କ ମଧ୍ୟରେ ଆଲୋଚନା ରହିଛି । ଏହାପୂର୍ବରୁ କୃଷକ ଆନ୍ଦୋଳନର ପ୍ରଥମ ଦ୍ବିତୀୟ ଦିନରେ ପୁଲିସ ସହ ମୁହାଁମୁହିଁ ହୋଇଥିଲେ ଚାଷୀ । ଏହି ଘଟଣାରେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ।

Breaking News