ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଗୃହରେ ଆସ୍ଥା ଭୋଟ୍ ହେବାକୁ ଥିବାରୁ ମାର୍ଚ ୧୬ ତାରିଖ ଦିନ ପ୍ରତ୍ୟକ୍ଷ ଭାବେ ହାଜର ହେବି ବୋଲି ଆଜି ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଅଦାଲତଙ୍କୁ କହିଛନ୍ତି। ଅଦାଲତ ମଧ୍ୟ ତାଙ୍କୁ ଏଥିପାଇଁ ଅନୁମତି ଦେଇଛନ୍ତି। ଅବକାରୀ ନୀତି ମାମଲାରେ ୫ଟି ସମନ୍ ଏଡାଇଥିବା କାରଣରୁ ପ୍ରବର୍ତ୍ତନ ନିର୍ଦେଶାଳୟ ଦିଲ୍ଲୀ ଅଦାଲତଙ୍କ ନିକଟରେ ଅଭିଯୋଗ କରିଥିଲେ। ସେହି ଅଭିଯୋଗ ଆଧାରରେ ଅଦାଲତ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ଙ୍କୁ ଡକାଇଥିଲେ। ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ଅଦାଲତଙ୍କୁ ସମ୍ବୋଧନ କରି କେଜ୍ରିୱାଲ୍ କହିଲେ ଯେ, ଦିଲ୍ଲୀ ବିଧାନସଭାରେ ଆସ୍ଥା ଭୋଟ୍ ଆଗତ ଉପରେ ବିତର୍କ ଥିବାରୁ ସେ ପ୍ରତ୍ୟକ୍ଷ ଭାବେ ଅଦାଲତରେ ହାଜର ହୋଇ ପାରିଲେ ନାହିଁ। ସେ କହିଲେ, ମୁଁ ଆଜି ଯିବାକୁ ଚାହୁଁଥିଲି, କିନ୍ତୁ ହଠାତ୍ ଆସ୍ଥା ଭୋଟ୍ ପଡ଼ିଗଲା। ବଜେଟ୍ ଅଧିବେଶନ ବି ଚାଲିଛି, ଏବଂ ମାର୍ଚ ୧ ପର୍ଯ୍ୟନ୍ତ ଚାଲିବ। ତା’ପରେ ଯେକୌଣସି ତାରିଖ ଦେଲେ ଚଳିବ। ଏକଥା ଶୁଣି ଅଦାଲତ କେଜ୍ରିୱାଲ୍ଙ୍କୁ ମାର୍ଚ ୧୬ ତାରିଖ ଦିନ ୧୦ଟା ବେଳେ ପ୍ରତ୍ୟକ୍ଷ ଭାବେ ହାଜର ହେବାକୁ ଦିନ ଧାର୍ଯ୍ୟ କରିଛନ୍ତି।






More Stories
ଦେଶ ହେବ ନିଶାମୁକ୍ତ…..
ଯିଏ ଚାହିଁବ ଦଳ ଛାଡ଼ି ପାରିବ…..
ରବର୍ଟ ଭଦ୍ରାଙ୍କୁ ଜାମିନ…..