ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ଘଟି ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି। ଏଭଳି ଅଘଟଣ ଘଟିଛି ତାମିଲନାଡୁର ବିରୁଧୁନଗରରେ । ପୋଲିସର କହିବା ଅନୁସାରେ, କାରଖାନାର ରାସାୟନିକ ମିଶ୍ରଣ ସ୍ଥାନରେ ପ୍ରଥମେ ବିସ୍ଫୋରଣ ଘଟିଥିଲା। ଏହାପରେ ଚାରିଆଡକୁ ନିଆଁ ବ୍ୟାପି ଯାଇଥିଲା। ବିସ୍ଫୋରଣ ବେଳେ ସାତ ଜଣଙ୍କର ମୃତ୍ୟୁ ଘଟିଥିଲା।ଡାକ୍ତରଖାନା ନେବା ବାଟରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ବିସ୍ଫୋରଣ ଘଟିଥିବା କାରଖାନା ବିଜୟ ନାମକ ଜଣେ ବ୍ୟକ୍ତିଙ୍କର। କାରଖାନା ଲାଇସେନ୍ସ ପ୍ରାପ୍ତ କି ନୁହେଁ, ସଠିକ୍ ନିୟମ ପାଳନ ହେଉଥିଲା କି ନାହିଁ, ଏସବୁ ବାବଦରେ ତଦନ୍ତ ଚାଲିଥିବା ପୁଲିସ କହିଛି। ସ୍ଥାନୀୟ ଲୋକ କହିଛନ୍ତି ଯେ, ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ବିରାଟ ଶବ୍ଦ ହୋଇଥିଲା।କାରଖାନା ନିକଟରେ ଥିବା ଚାରୋଟି ବିଲ୍ଡିଂ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ନିଆଁକୁ ଆୟତ୍ତ କରିଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..