Report Card Odisha

| Daily Odia News

ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା…..

ରିପୋର୍ଟ କାର୍ଡ / କଟକ

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତା ୨୦ରୁ ଆରମ୍ଭ ହେବ। ମାର୍ଚ୍ଚ ୪ ତାରିଖରେ ମାଟ୍ରିକ ପରୀକ୍ଷା ଶେଷ ହେବ | ଏଥିପାଇଁ ବୋର୍ଡ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତବର୍ଷ ପରୀକ୍ଷା ପରିଚାଳନାରେ ସଂସ୍କାର ଓ ସୁଧାର ଆଣିବା ପାଇଁ ବୋର୍ଡ ପକ୍ଷରୁ ତ୍ରିସ୍ତରୀୟ ସ୍କ୍ବାଡ ବ୍ୟବସ୍ଥା କରାଯାଇଛି। ପରୀକ୍ଷା କେନ୍ଦ୍ର ସହ ନୋଡାଲ ସେଣ୍ଟର ଗୁଡିକରେ ସିସିଟିଭି କ୍ୟାମେରା ଲଗାଯାଇଛି। ଅଧିକ ସମ୍ବେଦନଶୀଳ କେନ୍ଦ୍ରଗୁଡକରେ ସିସିଟିଭି ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନସି(ଏଆଇ) ମାଧ୍ୟମରେ ସ୍କୁଲରେ ବିଭିନ୍ନ ଗତିବିଧି ଉପରେ ନଜର ରଖାଯିବ। ନୋଡାଲ ସେଣ୍ଟର ଗୁଡିକରେ ସିଧାପ୍ରସାରଣ(ଲାଇଭ ଟେଲିକାଷ୍ଟ) ବ୍ୟବସ୍ଥା କରାଯାଇଛି। ଗ୍ରାମାଞ୍ଚଳରେ କେନ୍ଦ୍ର ଗୁଡିକରେ ଅସ୍ଥାୟୀ ଭାବରେ କ୍ୟାମେରା ଲଗାଯାଇଥିବା ସହ ପୂର୍ବରୁ ଲାଗିଥିବା କ୍ୟାମେରାଗୁଡିକ ରେକଡିଂ ରଖିବାକୁ କୁହାଯାଇଛି। ସାଟେଲାଇଟ୍ ମାଧ୍ୟମରେ ବୋର୍ଡ କାର୍ଯ୍ୟାଳୟ‌ରୁ କେଉଁ ପରୀକ୍ଷା କେନ୍ଦ୍ରରେ କିଭଳି ପରୀକ୍ଷା ଚାଲିଛି, ତାହା ଜାଣି ହେବ। ବୋର୍ଡ ପକ୍ଷରୁ ଶନିବାର ପରୀକ୍ଷାମୂଳକ ଭାବେ କାର୍ଯ୍ୟ ଆରମ୍ଭ ହୋଇଛି। ବୋର୍ଡ କର୍ତ୍ତୃପକ୍ଷଙ୍କ ତତ୍ତ୍ୱାବଧାନରେ ୨୦ ଜଣ ନିରୀକ୍ଷକ ଏହି କମାଣ୍ଡ କଣ୍ଟ୍ରୋଲ ରୁମର ଦାୟିତ୍ୱରେ ରହିବେ। ରାଜ୍ୟର ସମ୍ବେଦନଶୀଳ କେନ୍ଦ୍ରଗୁଡିକରେ ଏହି ବ୍ୟବସ୍ଥା ମାଧ୍ୟମରେ ତୀକ୍ଷ୍ଣ ନଜର ରଖାଯାଇ ପାରିବ। ବୋର୍ଡ ଉପସଭାପତି ଡ. ନୀହାର ରଞ୍ଜନ ମହାନ୍ତି କହିଛନ୍ତି, ପ୍ରଥମଥର ପାଇଁ ରାଜ୍ୟରେ ମାଟ୍ରିକ ପରୀକ୍ଷା ପରିଚାଳନା ପାଇଁ ଏହି ବ୍ୟବସ୍ଥା କରାଯାଇଛି। ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ସଂକ୍ରାନ୍ତରେ ଏଆଇ ସଙ୍ଗେ ସଙ୍ଗେ ନଜରକୁ ଆଣିବ। ପ୍ରତ୍ୟେକ ପରୀକ୍ଷାର୍ଥୀ ଓ ସ୍କୁଲ କର୍ମଚାରୀଙ୍କର ଗତିବିଧିକୁ ସିସି କ୍ୟାମେରା ନଜର ରଖିବ। ଚଳିତ ବର୍ଷ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ ୩୦୪୭ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ। ପ୍ରଶ୍ନ ପତ୍ର ରଖିବା ପାଇଁ ରାଜ୍ୟରେ ୩୧୩ ନୋଡାଲ ସେଣ୍ଟର କରାଯାଇଛି। ସକାଳ ୭.୩୦ରେ ଛାତ୍ରଛାତ୍ରୀମାନଙ୍କୁ ଯାଞ୍ଚ କରାଯାଇ ପରୀକ୍ଷା କେନ୍ଦ୍ରକୁ ଛଡାଯିବ। ୮.୩୦ ସମୟରେ ପରୀକ୍ଷାର୍ଥୀଙ୍କୁ ଓଏମ୍ଆର ସିଟ୍ ପ୍ରଦାନ କରାଯିବ।୧୬ରେ ଖାତା ଦେଖା ହୋଇ ୩୦ ତାରିଖରେ ଶେଷ ହେବ ।

Breaking News