Report Card Odisha

| Daily Odia News

ଆଖିବୁଝିଲେ ଆଉଜଣେ ଆନ୍ଦୋଳନରତ ଚାଷୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିଭିନ୍ନ ଦାବି ନେଇ ଜାରି ରହିଛି କୃଷକଙ୍କ ଆନ୍ଦୋଳନ। ବିଭିନ୍ନ ଚାଷୀ ସଙ୍ଗଠନ ଏକାଠି ହୋଇ ଦିଲ୍ଲୀ ଚଲୋ ଡାକରା ଦେଇଛନ୍ତି। ତେବେ ଏହି ଆନ୍ଦେଳନ ବେଳେ ପ୍ରାଣ ହରାଇଛନ୍ତି ଜଣେ କୃଷକ। ବିକ୍ଷୋଭ କରୁଥିବା ବେଳେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଛି। ବିଭିନ୍ନ ଚାଷୀ ସଙ୍ଗଠନ କରୁଥିବା ଆନ୍ଦୋନଳକୁ ସମର୍ଥନ କରି ବିକେୟୁ ଏକତା ଉଗ୍ରହଣ ସଙ୍ଗଠନ ତରଫରୁ ଶତାଧିକ କୃଷକ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ପଟିଆଲା ସ୍ଥିତ ବାସଭବନ ଘେରାଉ କରିଛନ୍ତି। ଏହି ସମୟରେ ୪୫ ବର୍ଷୀୟ ଜଣେ କୃଷକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ କୃଷକ ଜଣକ ହେଲେ ନରେନ୍ଦ୍ର ପାଲ। ସେ ବଥୋଇ କଲାନ ଗାଁର ବାସିନ୍ଦା। ସୂଚନା ମୁତାବକ, ରାବିବାର ରାତିରେ ବିକ୍ଷୋଭ କରୁଥିବା ବେଳେ ନରେନ୍ଦ୍ର ପାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ସେ ହଠାତ୍ ଚେତାଶୂନ୍ୟ ହୋଇପଡିଥିଲେ। ଏହାପରେ ତାଙ୍କୁ ତୁରନ୍ତ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା କହିଥିଲେ ଡାକ୍ତର। ତେବେ ମୃତ କୃଷକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ବିକେୟୁ ଏକତା ଉଗ୍ରହଣ ସଙ୍ଗଠନର ସଭାପତି ଜସବିନ୍ଦର ସିଂହ ବ୍ରାସ ସରକାରଙ୍କୁ ଦାବି କରିଛନ୍ତି। କ୍ଷତିପୂରଣ ନ ମିଳିବା ଯାଏ ମୃତ କୃଷକଙ୍କ ଅନ୍ତିମ ସଂସ୍କାର କରାଯିବ ନାହିଁ ବୋଲି ସେ କହିଛନ୍ତି।

Breaking News