Report Card Odisha

| Daily Odia News

ରାଜ୍ୟସଭା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଆଜି ଶେଷ ଦିନ….

ରିପୋର୍ଟ କାର୍ଡ / ଭୁବନେଶ୍ବର

ରାଜ୍ୟସଭା ପ୍ରାର୍ଥୀପତ୍ର ପ୍ରତ୍ୟାହାର ଆଜି ହେଉଛି ଶେଷ ଦିନ।ରାଜ୍ୟସଭାରେ ଖାଲିଥିବା ୩ଟି ଆସନ ପାଇଁ ପାର୍ଥୀ ଅଛନ୍ତି | ବିଜେଡିର ଦୁଇ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆଙ୍କ ପ୍ରାର୍ଥୀପତ୍ର କାଏମ୍ ରହିଛି। ତୃତୀୟ ପ୍ରାର୍ଥୀ ଭାବରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରାର୍ଥୀପତ୍ର କାଏମ୍ ରହିଛି। ଅଶ୍ବିନୀଙ୍କୁ ବିଜେଡି ସମର୍ଥନ କରିଛି। ସଂଖ୍ୟା ଗରିଷ୍ଠତା ଥିବାରୁ ୩ ପ୍ରାର୍ଥୀ ବିନା ଭୋଟିଂରେ ରାଜ୍ୟସଭାକୁ ଯିବେ। ରିଟର୍ଣ୍ଣିଂ ଅଫିସର ଆଜି ନିର୍ବାଚିତ ପ୍ରାର୍ଥୀଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିବେ ବୋଲି ସୂଚନା ମିଳିଛି।

Breaking News