ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲାରେ ଜଣେ ତୃଣ ମୂଳ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏକ ଜମି ଚୁକ୍ତି ନେଇ ଚାଲିଥିବା କଥାବାର୍ତ୍ତା ମଧ୍ୟରେ ଟିଏମସି ନେତାଙ୍କ ଉପରକୁ ଗୁଳିମାଡ଼ ହୋଇଥିବା କୁହାଯାଉଛି। ସୂଚନା ଅନୁସାରେ, ମୃତ ଟିଏମସି ନେତା ହେଉଛନ୍ତି ୪୯ ବର୍ଷୀୟ ବିଜନ ଦାସ। ସେ ଆଜି ସକାଳେ ଜଣେ ସହକର୍ମୀଙ୍କ ଘରକୁ ଯାଉଥିଲେ। ଏହି ସମୟରେ ଜମି ଚୁକ୍ତି ନେଇ ଚାଲିଥିବା ଏକ ମାମଲା ବାବଦରେ ପଚାରି ବୁଝୁଥିଲେ ବିଜନ ଦାସ। କଥାବାର୍ତ୍ତା ସମୟରେ ହଠାତ୍ ତାଙ୍କ ଉପରକୁ ଗୁଳିମାଡ କରାଯାଇଥିଲା। ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ବରାସତ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଗୁଳିମାଡ ପରେ ଅଭିଯୁକ୍ତମାନେ ଫେରାରେ ହୋଇ ଯାଇଥିବା ବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….