ରିପୋର୍ଟ କାର୍ଡ / ପୁରୀ
ଶ୍ରୀମନ୍ଦିର ବାହାର ରତ୍ନ ଭଣ୍ଡାର କାନ୍ଥରେ ଫାଟ ସୃଷ୍ଟି ହୋଇଛି। କାନ୍ଥରେ ଫାଟ ଯୋଗୁ ଭିତରକୁ ପାଣି ଜକଉଥିବା ଅନୁମାନ କରାଯାଇଛି। ରତ୍ନ ଭଣ୍ଡାରରେ ଫାଟ ନେଇ ଏଏସ୍ ଆଇ ଲେଜର ସ୍କାନିଂ ରିପୋର୍ଟରୁ ତଥ୍ୟ ମିଳିଛି।
ଗତ ନଭେମ୍ବର ୨୮ ଓ ୨୯ ତାରିଖରେ ଦୁଇ ଦିନ ଧରି ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ ହୋଇଥିଲା। ଏଏସ୍ ଆଇ ପକ୍ଷରୁ ଏହି ଲେଜର ସ୍କାନିଂ କରାଯାଇଥିଲା । ବାହାର ରତ୍ନଭଣ୍ଡାର ଉତ୍ତର ପାର୍ଶ୍ୱର ଲେଜର ସ୍କାନିଂ ହୋଇଥିଲା। ସେତେବେଳେ କାନ୍ଥର ବିଭିନ୍ନ ସ୍ଥାନରେ ଫାଟ ହୋଇଥିବା ଦେଖାଯାଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରିଛି ଏଏସଆଇ। ରତ୍ନଭଣ୍ଡାରର ବାହାର ତିନୋଟି କାନ୍ଥକୁ ଡି ପ୍ଲାଷ୍ଟର କରାଯିବ। ଏହାପରେ ଯଦି କୌଣସି କ୍ଷତି ଦେଖାଯାଏ ତାହାକୁ ସଂରକ୍ଷଣ ପ୍ରଣାଳୀ ଦ୍ୱାରା ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି। ଏଏସଆଇ ପକ୍ଷରୁ ୪୯ ଟି ପଏଣ୍ଟରେ ହୋଇଥିଲା ଲେଜର୍ ସ୍କାନିଂ। ଏଏସ୍ ଆଇ ପକ୍ଷରୁ ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଆଜି ଏହି ସ୍କାନିଂ ରିପୋର୍ଟ ପ୍ରଦାନ କରାଯାଇଛି।






More Stories
ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା……
ଓଡ଼ିଶା ଗସ୍ତରେ ଉପରାଷ୍ଟ୍ରପତି…..
ପ୍ରଥମ ବନ୍ୟାଜଳ ଛାଡିଲା ହୀରାକୁଦ…..