Report Card Odisha

| Daily Odia News

ନିର୍ଦ୍ଦୋଷରେ ଖଲାସ ହେଲା ସୟଦ ଅବଦୁଲ …..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୧୯୯୩ ମୁମ୍ବାଇ ସିରିଜ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ସୟଦ ଅବଦୁଲ କରିମ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି | ଆଜି ରାଜସ୍ଥାନର ଏକ ସ୍ପେଶାଲ କୋର୍ଟ ମୁଖ୍ୟ ଅଭିଯୁକ୍ତ ସୟଦ ଅବଦୁଲକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ପ୍ରମାଣ ଅଭାବରୁ ଅବଦୁଲ ଦୋଷମୁକ୍ତ ହୋଇଥିବା ସୂଚନା ମିଳିଛ। ସୟଦ ଅବଦୁଲ କରିମ ବାଂଲାଦେଶ ପଳାୟନ କରିବା ପୂର୍ବରୁ ୧୯୯୩ରେ ଭାରତରେ ୪୦ରୁ ଅଧିକ ବୋମା ବିସ୍ଫୋରଣ କରିଥିବା ଅଭିଯୋଗ ହୋଇଥିଲା। ୧୯୯୨ରେ ବାବ୍ରି ମସଜିଦ ଉଚ୍ଛେଦ ହେବାର ଗୋଟିଏ ବର୍ଷ ପରେ ଏହି ବିସ୍ଫୋରଣ ଘଟିଥିଲା। ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଅବଦୁଲକୁ ସମର୍ଥନ କରୁଥିବା କୁହାଯାଉଥିଲା । ସୟଦ ଅବଦୁଲ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଏବାର ଜଣେ ସଦସ୍ୟ ବୋଲି କୁହାଯାଏ। ୨୦୧୩ରେ ଭାରତ-ନେପାଳ ସୀମାରୁ ପୋଲିସ ତାକୁ ଗିରଫ କରିଥିଲା। କିନ୍ତୁ ବମ୍ବେରେ ହୋଇଥିବା ସିରିଜ୍ ବ୍ଲାଷ୍ଟ ଘଟଣାରେ ସାକ୍ଷ୍ୟ, ପ୍ରମାଣ ଅଭାବରୁ କୋର୍ଟ ତାକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

Breaking News