ରିପୋର୍ଟ କାର୍ଡ /ରାଉରକେଲା
ରାଉରକେଲାର ପ୍ରମୁଖ ବ୍ୟବସାୟୀ ତଥା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଜୟ କଦମୱାଲା ଙ୍କ ଘରେ ଇଡି ଚଢ଼ାଉ କରିଛି। ଆଜି ସକାଳେ ଅଜୟ କଦମୱାଲାଙ୍କ ଘର ସମେତ ୧୦ଟି ଜାଗାରେ ରେଡ କରିଛି ଇଡି ଟିମ୍। ଅଜୟ କଦମୱାଲାଙ୍କ ଘର, ଅଫିସ୍, ଗୋଦାମରେ ଚାଲିଛି ଚଢ଼ାଉ । ରେଡ୍ ବେଳେ ସୁରକ୍ଷା ପାଇଁ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଛନ୍ତି। ତେବେ ଏହି ରେଡ୍ କାହିଁକି ଚାଲିଛି ସେସମ୍ପର୍କରେ କୌଣସି ସୂଚନା ମିଳିପାରିନି। ଅଜୟ କଦମୱାଲା ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହୋଇଥିବା ବେଳେ ବହୁ ବ୍ୟବସାୟରେ ବି ସେ ସଂପୃକ୍ତ। ରାଉରକେଲାର ପାଖାପାଖି ୧୦ଟି ସ୍ଥାନ, କାର୍ଯ୍ୟାଳୟ, ଛେଣ୍ଡସ୍ଥିତ ଘର, ବଡ଼ବିଲ ଓ ଭୁବନେଶ୍ୱରରେ ଥିବା ଅଫିସରେ ଏହି ରେଡ କରାଯାଉଛି। ଭୁବନେଶ୍ୱର ଓ ରାଞ୍ଚିରୁ ବହୁ ଟିମ୍ ଆସି ପହଞ୍ଚିଥିବା ବେଳେ ୨୦ରୁ ଅଧିକ ଅଫିସର ଅଛନ୍ତି। ଘଟଣାସ୍ଥଳରେ ସିଆରପିଏଫ ମୁତୟନ ହୋଇଛନ୍ତି। ତେବେ କ’ଣ ପାଇଁ ଏହି ରେଡ କରାଯାଉଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରିନି।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..