ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୦୨୪ ଲୋକସଭା ନିର୍ବାଚନରେ କ୍ରିକେଟର ମହମ୍ମଦ ଶାମିଙ୍କୁ ପ୍ରାର୍ଥୀ କରିପାରେ ବିଜେପି। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶିତ ହୋଇଛି। ମହମ୍ମଦ ଶାମିଙ୍କୁ ବିଜେପି ପଶ୍ଚିମବଙ୍ଗରୁ ପ୍ରାର୍ଥୀ କରିବାକୁ ଚିନ୍ତା କରୁଥିବା କୁହାଯାଉଛି। ପଶ୍ଚିମବଙ୍ଗ ତରଫରୁ ସେ ଘରୋଇ କ୍ରିକେଟ ଖେଳୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ନିର୍ବାଚନ ଲଢ଼ିବା ପାଇଁ ବିଜେପି ପକ୍ଷରୁ ମହମ୍ମଦ ଶାମିଙ୍କୁ ପ୍ରସ୍ତାବ ଦିଆଯାଇଛି। ତେବେ ଏଯାଏ ଶାମି କିଛି ନିଷ୍ପତ୍ତି ନେଇ ନାହାନ୍ତି।






More Stories
‘ଯଦି ଇଥାନଲ ନଥାନ୍ତା,ପେଟ୍ରୋଲ ଲିଟର ୧୨୫…..
ଛାତ୍ରଛାତ୍ରୀଙ୍କୁ କ୍ଷମା ଦେଲେ ପ୍ରଧାନମନ୍ତ୍ରୀ……
ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ…..