ରିପୋର୍ଟ କାର୍ଡ /ଭୁବନେଶ୍ୱର
ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଦ୍ୱାରା ମିଶନ ଶକ୍ତିର ୫୯,୫୦୯ ଜଣ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ ହେବେ। ମିଶନ ଶକ୍ତିରେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ମଧ୍ୟରେ ରହିଛନ୍ତି- MBK, CRP-CM, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର, କୃଷି ମିତ୍ର ଓ ଜୀବିକା ସହାୟିକା।MBK, ବ୍ୟାଙ୍କ ମିତ୍ର ଓ ଜୀବିକା ସହାୟିକା ମାନେ ମାସିକ ପ୍ରୋତ୍ସାହନ ରାଶି ବାବଦକୁ ୬୭୫୦ ଟଙ୍କା ପାଉଥିଲେ। ଏବେ ଏହାକୁ ୧୦,୭୫୦କୁ ବୃଦ୍ଧି କରାଯାଇଛି। କୃଷି ମିତ୍ର ଓ ପ୍ରାଣୀ ମିତ୍ରମାନେ ମାସିକ ୩,୭୫୦ ଟଙ୍କା ପାଉଥିଲେ। ସରକାରଙ୍କ ନୂଆ ଘୋଷଣା ଅନୁଯାୟୀ ଏବେ ମାସିକ ୬,୨୫୦ ଟଙ୍କା ପାଇବେ। ସେହିପରି CRP-CM ମାନେ ମାସକୁ ୩୬୦୦ ଟଙ୍କା ପରିବର୍ତ୍ତେ ୬୧୦୦ ଟଙ୍କା ପାଇବେ। ସେମାନେ ଏହି ବର୍ଦ୍ଧିତ ପ୍ରୋତ୍ସାହନ ରାଶି ପିଛିଲା ଭାବେ ୨୦୨୩ ଅକ୍ଟୋବର ମାସରୁ ପାଇବେ। ଏ ବାବଦକୁ ରାଜ୍ୟ ସରକାର ୯୬.୫୧ କୋଟି ଟଙ୍କାର ଅତିରିକ୍ତ ଅର୍ଥ ରାଶି ବ୍ୟୟ ବରାଦ କରିଛନ୍ତି।






More Stories
ଅଥର୍ବ ବେଦରେ ଲୋକଙ୍କ ହିତ ପାଇଁ ମନ୍ତ୍ର ଚିକିତ୍ସା ଆଲୋଚନା…..
ପ୍ଲାଟିନମ୍ ଉପାଦାନ ଉତ୍ତୋଳନ ସଫଳ…..
ରୁପା ଆମଦାନୀ ଉପରେ କଟକଣା……