Report Card Odisha

| Daily Odia News

ଖଣି ଦୁର୍ନୀତି ମାମଲାରେ ଇଡିର ଚଢ଼ାଉ…..

ରିପୋର୍ଟ କାର୍ଡ / ଭୁବନେଶ୍ବର 

ଖଣି ଦୁର୍ନୀତି ମାମଲାରେ ଦୀପକ ଷ୍ଟିଲ୍ ଆଣ୍ଡ ପାୱାର, ସ୍ନେହାପୁଷ୍ପ ମାର୍କେଟିଂ ଲିମିଟେଡ୍ ରେ ଇଡି ବଡ ଧରଣର ରେଡ୍ କରୁଛି । ଭୁବନେଶ୍ବର , ବଡବିଲ, ରାଉରକେଲା ସମେତ ରାଜ୍ୟର ୧୨ରୁ ଅଧିକ ଅଞ୍ଚଳରେ ଚଢାଉ ଜାରିରହିଛି । କିଛି ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘରେ ବି ଚଢାଉ ହୋଇଥିବା ଜଣାପଡିଛି। ଏହି ରେଡ୍ ରେ ନଗଦ ୩୦ ଲକ୍ଷ ଟଙ୍କା , ଦୁଇ କେଜି ସୁନା ଓ ଦାମୀ କାର୍ ଜବତ ହୋଇଛି।ଜବତ ସୁନା ୧ କୋଟି ୨୪ ଲକ୍ଷ ଟଙ୍କା ହେବ । ୧ କୋଟି ୨୩ ଲକ୍ଷ ଟଙ୍କା ଥିବା ୬ଟି ଆକାଉଣ୍ଟକୁ ଫ୍ରୀଜ୍ କରିଛି ଇଡି। ପୂର୍ବରୁ ଓଲିବୁର୍ ଖଣି ଦୁର୍ନୀତି ଲିଙ୍କ୍ ନେଇ ଭିଜିଲାନ୍ସ ତଦନ୍ତ କରିଥିଲା।

Breaking News