ରିପୋର୍ଟ କାର୍ଡ / ଭୁବନେଶ୍ବର
ନିର୍ବାଚନ ପୂର୍ବରୁ ପଞ୍ଚାୟତରାଜ ପ୍ରତିନିଧିମାନଙ୍କ ପାରିତୋଷିକ ଭତ୍ତା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମିତି ସଭ୍ୟ, ସରପଞ୍ଚଙ୍କ ଭତ୍ତା ବୃଦ୍ଧି କରାଯାଇଛି । ଏଣିକି ଜିଲା ପରିଷଦ ସଭାପତି ମାସିକ ୩୦ହଜାର ପାଇବେ । ଜିଲା ପରିଷଦ ଉପସଭାପତି ମାସିକ ୨୦ହଜାର ଟଙ୍କା ପାଇବେ । ଏହାସହିତ ଜିଲା ପରିଷଦ ସଭ୍ୟଙ୍କ ମାସିକ ପାରିତୋଷିକ ୧୦ହଜାର ମିଳିବ । ପଞ୍ଚାୟତ ସମିତି ଅଧ୍ୟକ୍ଷମାନେ ମାସକୁ ପାଇବେ ୧୫ହଜାର । ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଓ ସମିତି ସଭ୍ୟ ମାନେ ପାଇବେ ୭୫୦୦ ଟଙ୍କା । ସରପଞ୍ଚ ମାନେ ପୂର୍ବରୁ ପାଉଥିଲେ ୨୩୫୦, ଏବେ ପାଇବେ ମାସିକ ୧୦ହଜାର ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..