ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହରିଆଣାର ନୂଆ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି ଆଜି ବିଧାନସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି। ଧ୍ୱନି ମତରେ ତାଙ୍କ ବିଶ୍ୱାସ ପ୍ରସ୍ତାବ ପାସ୍ ହୋଇଛି। ହରିଆଣା ବିଧାନସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୪୬ ବିଧାୟକଙ୍କ ସମର୍ଥନ ଲୋଡା ଥିବା ବେଳେ ବିଜେପିକୁ ୪୮ ବିଧାୟକଙ୍କ ସମର୍ଥନ ମିଳିଛି। ଏଥିମଧ୍ୟରୁ ବିଜେପିର ୪୧ ଜଣ ବିଧାୟକ ଥିବା ବେଳେ ୬ ଜଣ ସ୍ୱାଧୀନ ବିଧଶୟକ ଓ ହରିଆଣାର ଲୋକହିତ ପାର୍ଟିର ଏକମାତ୍ର ବିଧଶୟକ ଗୋପାଳ କାଣ୍ଡଙ୍କ ସମର୍ଥନ ମିଳିଛି। ଏପରିକି ଫ୍ଲୋର ଟେଷ୍ଟରୁ ଦୂରେଇ ରହିବାକୁ ନିଜ ବିଧାୟକଙ୍କୁ ହ୍ୱିପ୍ ଜାରି କରିଥିଲା ଜେଜେପି । ଏହାସହ ହିସାରରେ ଦ୍ୟୁଷନ୍ତ କରୁଥିବା ନବ ସଂକଳ୍ପ ରାଲିରେ ସାମିଲ ହେବାକୁ ସବୁ ବିଧାୟକଙ୍କୁ କୁହାଯାଇଥିଲା। କିନ୍ତୁ ଏହି ରାଲିରେ ଜେଜେପିର ୫ ବିଧାୟକ ଅନୁପସ୍ଥିତ ରହିଥିବା ବେଳେ ଏମାନଙ୍କ ମଧ୍ୟରୁ ୪ ବିଧାୟକ ବିଧାନସଭାରେ ପହଞ୍ଚିଥିଲେ।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..