Report Card Odisha

| Daily Odia News

ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲା SBI…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସୁପ୍ରିମକୋର୍ଟଙ୍କ ତାଗିଦ ପରେ ନିର୍ବାଚନୀ ବଣ୍ଡର ସମସ୍ତ ତଥ୍ୟ ଗତକାଲି ନିର୍ବାଚନ କିମିଶନଙ୍କୁ ହସ୍ତାନ୍ତର କରିଛି ଏସ୍‌ବିଆଇ। ଏହି ନିର୍ବାଚନୀ ବଣ୍ଡ ମାମଲାରେ ଆଜି ସୁପ୍ରମକୋର୍ଟରେ ସତ୍ୟପାଠ ଦାଖଲ କରିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ। ସତ୍ୟପାଠରେ ଦର୍ଶାଯାଇଥିବା ତଥ୍ୟ ଅନୁୟାୟୀ ଏପ୍ରିଲ ୨୦୧୯ରୁ ୧୫ଫେବ୍ରୁଆରୀ ୨୦୨୪ ମଧ୍ୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ୨୨ ହଜାର ୨୧୭ ନିର୍ବାଚନୀ ବଣ୍ଡ ଜାରି କରିଛି। ସେଥିରୁ ୨୨ ହଜାର ୩୦ଟି ବଣ୍ଡ ରିଡିମ୍ ହୋଇଥିବା ସତ୍ୟପାଠରେ ସୂଚନା ଦେଇଛି SBI। ତେବେ ବଳକା ୧୮୭ ବଣ୍ଡରେ ଥିବା ଟଙ୍କାକୁ ନିୟମ ଅନୁସାରେ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରେ ଜମା କରି ଦିଆଯାଇଛି। ୧ ଏପ୍ରିଲ ୨୦୧୯ରୁ ୧୧ ଏପ୍ରିଲ ୨୦୧୯ ମଧ୍ୟରେ ୩ ହଜାର ୩୪୬ ନିର୍ବାଚନୀ ବଣ୍ଡ ଜାରି ହୋଇଥିବା ବେଳେ ୧ ହଜାର ୬୦୯ ବଣ୍ଡ ରିଡିମ ହୋଇଛି ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଇଛି ଭାରତୀୟ ଷ୍ଟେଟ ବ୍ୟାଙ୍କ। ଏହି ସବୁ ତଥ୍ୟକୁ ଭାରତୀୟ ନିର୍ବାଚନ କମିଶନଙ୍କୁ ଏକ ପେନ ଡ୍ରାଇଭରେ ପ୍ରଦାନ କରାଯାଇଥିବା କୋର୍ଟଙ୍କୁ ଜଣାଇଛି ଷ୍ଟେଟ ବ୍ୟାଙ୍କ। ଏକ ବନ୍ଦ ଲଫାପା ଭିତରେ ପେନ୍‌ ଡ୍ରାଇଭ୍‌କୁ ରଖାଯାଇଛି। ଆଉ ପେନ୍‌ ଡ୍ରାଇଭ୍‌ ଭିତରେ ଦୁଇଟି ପିଡିଏଫ୍ ଫାଇଲ୍‌ ଫର୍ମାଟରେ ରହିଛି ସମସ୍ତ ଡାଟା। ଏହା ପାସୱାର୍ଡ ପ୍ରୋଟେକ୍ଟେଡ୍ ବୋଲି ସତ୍ୟପାଠରେ କହିଛି ଏସ୍‌ବିଆଇ। ଏସବିଆଇ ସିଏମଡି ଦୀନେଶ ଖାରା ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ସେ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରାଯାଇଛି। ନିର୍ବାଚନ ବଣ୍ଡ କ୍ରୟ ଏବଂ ବିକ୍ରୟ, ଏହାର କ୍ରେତାଙ୍କ ନାମ ସମେତ ସମସ୍ତ ଆନୁସଙ୍ଗିକ ସୂଚନା ସମ୍ବନ୍ଧରେ ଏସବିଆଇ ଏକ ରିପୋର୍ଟ ପ୍ରସ୍ତୁତ କରିଛି ଏବଂ ଏହା ଠିକ ସମୟରେ ନିର୍ବାଚନ କମିଶନଙ୍କୁ ପ୍ରଦାନ କରାଯାଇଛି।

Breaking News