ରିପୋର୍ଟ କାର୍ଡ / ଭୁବନେଶ୍ୱର
ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ୪% ବୃଦ୍ଧି ସହିତ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪୬%ରୁ ୫୦%କୁ ବଢ଼ିଛି। ବର୍ଦ୍ଧିତ ମହଙ୍ଗା ଭତ୍ତା ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ। ଏହା ଦ୍ୱାରା ୪.୫ ଲକ୍ଷ କର୍ମଚାରୀ ଓ ୩.୫ ଲକ୍ଷ ପେନସନ୍ଭୋଗୀ ଉପକୃତ ହେବେ। ସୂଚନାଯୋଗ୍ୟ,ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ସମସ୍ତେଙ୍କୁ ଖୁସି କରିବାରେ ଲାଗିପଡ଼ିଛନ୍ତି ନବୀନ। କେତେବଳେ ଦରମା ବୃଦ୍ଧି କରୁଛନ୍ତି ଆଉ କେତେବେଳେ ସ୍ୱାସ୍ଥ୍ୟବୀମା ରାଶି ପରିମାଣ ବୃଦ୍ଧି କରୁଛନ୍ତି। ଆଜି ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି।






More Stories
ବଢ଼ିଲା ସୌରିନ୍ ଭଟ୍ଟଙ୍କ ଅଡୁଆ…..
ପ୍ରବଳ ବର୍ଷା ସମ୍ଭାବନା…..
ଶ୍ରୀମନ୍ଦିର ଦର୍ଶନରେ ବଡ଼ ପରିବର୍ତ୍ତନ…..