Report Card Odisha

| Daily Odia News

କୌଣସି ପରିସ୍ଥିତିରେ ବି ସିଏଏ ପ୍ରତ୍ୟାହାର ହେବ ନାହିଁ…..

VAISHALI, JAN 16 (UNI):- BJP National president and Union Home Minister Amit Shah addressing awareness rally on Citizenship Amendment Act (CAA) at Kharauna Pokhar near Vaishali in Thursday. UNI PHOTO-40U

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ ନାଗରିକତା ସଂଶୋଧନ ଆଇନ ଲାଗୁ ହେବା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ବିରୋଧୀ ଏହାକୁ ନେଇ ରାଜନୀତି କରୁଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହ ଏହା ଉପରେ ସ୍ପଷ୍ଟିକରଣ ରଖିଛନ୍ତି । ସିଏଏକୁ କୌଣସି ପରିସ୍ଥିତିରେ ବି ପ୍ରତ୍ୟାହାର କରାଯିବ ନାହିଁ ବୋଲି କହି ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି । ସିଏଏ ଜରିଆରେ ନୂଆ ଭୋଟ ବ୍ୟାଙ୍କ ପ୍ରସ୍ତୁତ କରିବାକୁ ବିରୋଧୀ ଚାହୁଁଥିବା ଶାହ କହିଛନ୍ତି । ମୋଦୀ ସରକାରଙ୍କ ସବୁ ଗ୍ୟାରେଣ୍ଟି ପୂରା ହୋଇଛଇ, ଆଗକୁ ମଧ୍ୟ ପୁରା ହେବ । ବିରୋଧୀ ଦଳ ନେତାମାନେ ତୁଷ୍ଟୀକରଣ ରାଜନୀତି କରୁଛନ୍ତି । ସିଏଏ ଦ୍ୱାରା ତିନି ଦେଶ (ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନ)ର ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ମିଳିବ ବୋଲି ଏକ ସାକ୍ଷାତକାର ଅବସରରେ ଶାହ କହିଛନ୍ତି । ଏହି ୩ ପଡ଼ୋଶୀ ଦେଶରେ ସଂଖ୍ୟାଲଘୁ ଥିବା ସଂପ୍ରଦାୟ ଯଥା- ହିନ୍ଦୁ, ଜୈନ, ଖ୍ରୀଷ୍ଟିଆନ, ଶିଖ୍, ବୌଦ୍ଧ ଓ ପାର୍ସି ମାନଙ୍କୁ ଭାରତୀୟ ନାଗରିକତା ମିଳିବ। ଏଥିପାଇଁ ସେମାନେ ୨୦୧୪ ଡିସେମ୍ବର ୩୧ ତାରିଖ ଦିନ କିମ୍ବା ତା ପୂର୍ବରୁ ଭାରତରେ ଶରଣ ନେଇଥିବା ଦରକାର। ସେମାନେ ଗତ ବର୍ଷେ ଧରି ଏବଂ ବିଗତ ୧୪ ବର୍ଷରେ ଅତିକମରେ ୫ ବର୍ଷ ପାଇଁ ଭାରତରେ ରହିଥିବା ଆବଶ୍ୟକ। ତେବେ ଏହି ଆଇନରେ ଆସାମ, ମେଘାଳୟ, ମିଜୋରାମ ଓ ତ୍ରିପୁରାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ସାମିଲ ହେବ ନାହିଁ।

Breaking News