Report Card Odisha

| Daily Odia News

କ୍ୟାବିନେଟ୍‌ ମନ୍ତ୍ରୀଙ୍କ ଘରେ ଇଡି ଚଢ଼ାଉ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମନିଲଣ୍ଡରିଂ ମାମଲାରେ ଉତ୍ତରପ୍ରଦେଶର ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଗାୟତ୍ରୀ ପ୍ରଜାପତିଙ୍କ ଘରେ ଚଢ଼ାଉ କରିଛି। ଲକ୍ଷ୍ନୌ, ଅମେଠି ଓ ମୁମ୍ବାଇର ଏକକାଳୀନ ୮ଟି ସ୍ଥାନରେ ରେଡ୍‌ କରିଛି ଇଡି। ଆଜି ଅମେଠି ସ୍ଥିତ ପୂର୍ବତନ ମନ୍ତ୍ରୀଙ୍କ ଘରେ ଇଡିର ଏକ ଟିମ୍‌ ଚଢ଼ାଉ କରିଛି। ଗାୟତ୍ରୀ ପ୍ରଜାପତିଙ୍କ ପତ୍ନୀ ମହାରାଜୀ ଦେବୀ ଓ ସାନ ପୁଅ ଅନୁରାମ ପ୍ରଜାପତି ମଧ୍ୟ ଘରେ ଭିତରେ ଅଛନ୍ତି। ଏହାବ୍ୟତୀତ ଗାୟତ୍ରୀ ପ୍ରଜାପତିଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଇଡି ରେଡ୍‌ କରିଛି। ଅମେଠିର ଆବାସ ବିକାଶ କଲୋନୀ ଓ ଗଙ୍ଗାଗଞ୍ଜର ଅଞ୍ଚଳରେ ଇଡି ରେଡ୍‌ ଚାଲିଛି। ଏହାବ୍ୟତୀତ ଲକ୍ଷ୍ନୌରେ ଜଣେ ମହିଳାଙ୍କ ଘରେ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍‌ ଚଢ଼ାଉ କରିଛନ୍ତି।

Breaking News