ରିପୋର୍ଟ କାର୍ଡ / କଟକ
ରାଜ୍ୟରେ ଆରମ୍ଭ ହେଉଛି ମାଟ୍ରିକ ଖାତାଦେଖା। ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ସହିତ ମଧ୍ୟମା ଏବଂ ଓପନ ସ୍କୁଲ ଖାତା ମୂଲ୍ୟାୟନ ହେବ। ୫୫ଟି କେନ୍ଦ୍ରରେ ମୂଲ୍ୟାୟନ ହେବାକୁ ଥିବାବେଳେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଖାତା ଦେଖାରେ ୧୫ହଜାରରୁ ଅଧିକ ଶିକ୍ଷକ ନିୟୋଜିତ ହେବେ। ପୂର୍ବ ନିଷ୍ପତି ଅନୁସାରେ ଗୁରୁବାର କିଛି ମୂଲ୍ୟାୟନ କେନ୍ଦ୍ରରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ହୋଇଥିବା ବେଳେ ଅନ୍ୟ କେନ୍ଦ୍ର ଗୁଡିକରେ ଆଜି ଉପସ୍ଥିତ ରହି ମୂଲ୍ୟାୟନ ଆରମ୍ଭ କରିବେ। ଗତ ଫେବୃଆରୀ ୨୦ ତାରିଖରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୪ରେ ଶେଷ ହୋଇଥିଲା। ଚଳିତ ବର୍ଷ ମୋଟ ୫ଲକ୍ଷ ୫୧ହଜାରରୁ ଅଧିକ ଛାତ୍ରାଛାତ୍ରୀ ପରୀକ୍ଷା ଦେଇଥିଲେ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..