Report Card Odisha

| Daily Odia News

ଏସବିଆଇକୁ ନୋଟିସ ପଠାଇଲେ ସୁପ୍ରିମକୋର୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବଣ୍ଡ ନମ୍ବରର ଖୁଲାସା କରିବା ପାଇଁ ଏସବିଆଇକୁ ନୋଟିସ ପଠାଇଲେ ସୁପ୍ରିମକୋର୍ଟ। ଇଲେକ୍ଟୋରାଲ ବଣ୍ଡ ମାମଲାକୁ ନେଇ ନିର୍ବାଚନ ଆୟୋଗଙ୍କ ଦ୍ବାରା ଦାଖଲ ହୋଇଥିବା ଆବେଦନ ଉପରେ ଆଜି ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ଶୁଣାଣି କରିଥିଲେ। ଇଲେକ୍ଟୋରାଲ ବଣ୍ଡରେ ବଣ୍ଡ ନମ୍ବର ନଥିବାରୁ ପ୍ରଧାନ ବିଚରପତି ଡିୱାଇ.ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏସବିଆଇକୁ ନୋଟିସ ଜାରି କରି ଇଲେକ୍ଟୋରାଲ ବଣ୍ଡ ନମ୍ବର ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ, ସୁପ୍ରିମକୋର୍ଟ ରେଜିଷ୍ଟ୍ରାରଙ୍କୁ ସୁପ୍ରିମକୋର୍ଟରେ ଜମା ହୋଇଥିବା ତଥ୍ୟ ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ନିର୍ବାଚନ ଆୟୋଗଙ୍କୁ ହସ୍ତାନ୍ତର କରିବାକୁ କହିଛନ୍ତି। ଶୁଣାଣି ବେ‌ଳେ ପ୍ରଧାନ ବିଚରପତି ଡିୱାଇ.ଚନ୍ଦ୍ରଚୂଡ଼ କହିଥିଲେ ଯେ, ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ କରିବାକୁ ଆମେ ଏସବିଆଇକୁ ନିର୍ଦ୍ଦେଶ ଦେଇଥିଲୁ। କିନ୍ତୁ ଏସବିଆଇ ସମ୍ପୂର୍ଣ୍ଣ ତଥ୍ୟ ଦେଇ ନାହଁ। ଏସବିଆଇ ଆମ ନିର୍ଦ୍ଦେଶ ପରେ ମଧ୍ୟ ଇଲେକ୍ଟୋରାଲ ବଣ୍ଡ ନମ୍ବର ପ୍ରକାଶ କରିନାହିଁ। ଆଗାମୀ ଶୁଣାଣି ପୂର୍ବରୁ ଏସବିଆଇକୁ ବଣ୍ଡ ନମ୍ବର ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆଯାଉଛି। ମାର୍ଚ୍ଚ ୧୮ରେ ଆଗାମୀ ଶୁଣାଣି ହେବ ବୋଲି । ପ୍ରଧାନ ବିଚରପତି ଡିୱାଇ.ଚନ୍ଦ୍ରଚୂଡ଼ଙ୍କ ବ୍ୟତୀତ ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ବି.ଆର ଗବଇ, ଜଷ୍ଟିସ ଜେ.ବି ପାରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରା ଏହି ମାମଲାର ଶୁଣାଣି କରିଥିଲେ ।

Breaking News