ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତାକାଲି ନିର୍ବାଚନ ତାରିଖ ଘୋଷଣା ହେବାକୁଥିବା ବେଳେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ଇସ୍ତାହାରରେ ୯ଟି ପ୍ରତିଶ୍ରୁତି ପୂରଣ ପାଇଁ ଗ୍ୟାରେଣ୍ଟି ଦେଇଛି କଂଗ୍ରେସ। କୃଷକଙ୍କ ପାଇଁ ମାସିକ ୨ହଜାର ଟଙ୍କା ପେନସନ, କୃଷି ଋଣ ଛାଡ, ଘରୋଇ ଉପଭୋକ୍ତାଙ୍କୁ ୨୦୦ ୟୁନିଟ୍ ମାଗଣା ବିଜୁଳି ବଣ୍ଟନ, ବାର୍ଦ୍ଧକ୍ୟ, ବିଧବା ଭତ୍ତା ମାସିକ ୨ହଜାର ଟଙ୍କାକୁ ବୃଦ୍ଧି, ପ୍ରତି ପରିବାରକୁ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର, ଏସଏଚଜିଙ୍କ ପାଇଁ ଋଣ ଛାଡ, ବେକାରୀଙ୍କୁ ମାସିକ ୩ହଜାର, ୫ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଏବଂ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ୬ମାସରେ ଟଙ୍କା ଫେରାଇବାକୁ ପ୍ରତିଶ୍ରୁତି ଦେଇଛି କଂଗ୍ରେସ।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..