ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୪ଟି ରାଜ୍ୟରେ ଲୋକସଭା ନିର୍ବାଚନ ଓ ବିଧାନସଭା ନିର୍ବାଚନ ଘୋଷଣା ପରେ ଆଦର୍ଶ ଆଚରଣ ବିଧିକୁ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରିବା ପାଇଁ ନିର୍ବାଚନ ଆୟୋଗ ନିର୍ଦ୍ଦେଶନାମା ଜାରି କରିଛନ୍ତି। ୨୪ ଘଣ୍ଟା ମଧ୍ୟରେ କାନ୍ଥରେ ଅଙ୍କିତ ଚିତ୍ର, ପୋଷ୍ଟର, ପାମ୍ଫଲେଟ୍ ସବୁ ହଟାଇବାକୁ ନିର୍ବାଚନ ଆୟୋଗ କ୍ୟାବିନେଟ୍ ସଚିବ, ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ୪୮ ଘଣ୍ଟା ମଧ୍ୟରେ ରେଳ ଷ୍ଟେସନ ଓ ବସଷ୍ଟାଣ୍ଡ ଭଳି ସର୍ବସାଧାରଣ ସ୍ଥାନରୁ ରାଜନୈତିକ ବିଜ୍ଞାପନ ସମ୍ବଳିତ ସମସ୍ତ ଅନଧିକୃତ ପୋଷ୍ଟର, ହୋର୍ଡିଂ ଓ ବ୍ୟାନର ହଟାଇ ଦିଆଯିବ। ଘରୋଇ ସମ୍ପତ୍ତିରେ ପ୍ରଦର୍ଶିତ ଅନଧିକୃତ ରାଜନୈତିକ ବିଜ୍ଞାପନକୁ ମଧ୍ୟ ୭୨ ଘଣ୍ଟା ମଧ୍ୟରେ ହଟାଇବାକୁ ପଡ଼ିବ।ନିର୍ବାଚନ ପ୍ରଚାର ପାଇଁ କୌଣସି ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ଦ୍ୱାରା ସରକାରୀ ଗାଡି ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିବ ବୋଲି କମିଶନ ସ୍ପଷ୍ଟ କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଓ ପ୍ରିଣ୍ଟ ମିଡିଆରେ ସରକାରଙ୍କ ସଫଳତାକୁ ନେଇ କୌଣସି ବିଜ୍ଞାପନକୁ ଅନୁମତି ଦିଆଯିବ ନାହିଁ। ଏଭଳି ବିଜ୍ଞାପନକୁ ରୋକିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଜିଲ୍ଲା ନିର୍ବାଚନ ଅଧିକାରୀ ତୁରନ୍ତ ପଦକ୍ଷେପ ନେବେ। ରିଟର୍ଣ୍ଣିଂ ଅଫିସରମାନେ ତୁରନ୍ତ ରାଜ୍ୟ ସରକାରଙ୍କ ବିଭାଗର ୱେବସାଇଟରୁ ରାଜନୈତିକ ଘଟଣାର ଫଟୋ ହଟାଇବେ।






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..