Report Card Odisha

| Daily Odia News

ନିର୍ବାଚନୀ ବଣ୍ଡର ସମସ୍ତ ତଥ୍ୟ ଦିଅ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନିର୍ବାଚନୀ ବଣ୍ଡକୁ ନେଇ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ କଡା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସେ କହିଛନ୍ତି, ଇଲେକଟୋରାଲ ବଣ୍ଡର ସବୁ ତଥ୍ୟ ଦିଅ। ବଣ୍ଡର ସିରିଏଲ୍ ନମ୍ବର ସମେତ କିଏ କିଏ କେଉଁ ଦଳକୁ କେତେ ଚାନ୍ଦା ଦେଇଛନ୍ତି, ତା’ର ସବୁ ତଥ୍ୟ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଇଲେକଟୋରାଲ ବଣ୍ଡର ତଥ୍ୟ ଷ୍ଟେଟ୍ ବ୍ୟାଙ୍କ୍ ଲୁଚାଇଛି ବୋଲି ସୁପ୍ରିମକୋର୍ଟରେ ଅଭିଯୋଗ ହୋଇଥିଲା। ଏସବିଆଇ ଜମା କରିଥିବା ନିର୍ବାଚନୀ ବଣ୍ଡ ବିବରଣୀ ସମ୍ପୂର୍ଣ୍ଣ ନୁହେଁ ବୋଲି ଦର୍ଶାଇ ପାଞ୍ଚଜଣିଆ ଖଣ୍ଡପୀଠ ପୂର୍ବରୁ ବ୍ୟାଙ୍କକୁ ନୋଟିସ ଜାରି କରି ମାର୍ଚ୍ଚ ୧୮ ତାରିଖରେ ଶୁଣାଣି ପାଇଁ କହିଥିଲେ। ଏହି ମାମଲାର ଶୁଣାଣି କିରି ସୁପ୍ରିମକୋର୍ଟ ଏସ୍‌ବିଆଇକୁ ଭର୍ତ୍ସନା କରିଛନ୍ତି। ଅଦାଲତ କହିଛନ୍ତି ଯେ ମାର୍ଚ୍ଚ ୧୧ର ନିଷ୍ପତ୍ତିରେ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ ବଣ୍ଡର ସମ୍ପୂର୍ଣ୍ଣ ବିବରଣୀ, କ୍ରୟ ତାରିଖ, କ୍ରେତାଙ୍କ ନାମ ଓ ବଣ୍ଡ ନମ୍ବର ଓ ଅର୍ଥ ଗ୍ରହଣ କରିଥିବା ଦଳ ସଂପର୍କରେ ସୂଚନା ଦିଆଯିବା ଉଚିତ। କିନ୍ତୁ ଏସ୍‌ବିଆଇ ଏହାକୁ ଉଲ୍ଲଂଘନ କରି ପୂର୍ଣ୍ଣାଙ୍ଗ ସୂଚନା ଦେଇନାହିଁ। ସେମାନଙ୍କୁ ବଣ୍ଡ୍‌ ନମ୍ବର ଦେବାକୁ ହିଁ ହେବ ବୋଲି ପ୍ରଧାନ ବିଚାରପତି କହିଛନ୍ତି।

Breaking News