ରିପୋର୍ଟ କାର୍ଡ / ପାଟ୍ନା
କେନ୍ଦ୍ରମନ୍ତ୍ରୀ ପଶୁପତି ପାରସ ଆଜି ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ଦେବା ସହ କହିଛନ୍ତି, ‘‘ଆସନ ବଣ୍ଟନ ନେଇ ଆମ ଦଳ ଅନ୍ୟାୟର ସମ୍ମୁଖୀନ ହୋଇଛି।” ସୋମବାର ଦିନ ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ବିହାରରେ ଲୋକସଭା ନିର୍ବାଚନ ପାଇଁ ଆସନ ବାଣ୍ଟିବା ସୂତ୍ର ଘୋଷଣା କରି ବିଜେପିକୁ ୧୭ ଟି, ଜେଡି (ୟୁ) କୁ ୧୬ ଟି ଏବଂ ଚିରାଗ ପାସୱାନଙ୍କ ଏଲଜେପି (ରାମ ଭିଲାସ) କୁ ୫ ଟି ସିଟ୍ ପ୍ରଦାନ କରିଛି। ହେଲେ ପାରସଙ୍କ ଦଳକୁ ଗୋଟାଏ ହେଲେ ବି ଆସନ ମିଳିନାହିଁ। ଅନ୍ୟ ଦୁଇ ଏନଡିଏ ସହଯୋଗୀ ହିନ୍ଦୁସ୍ତାନୀ ଆୱାମ ମୋର୍ଚା (ଏଚ୍ଏଏମ୍) ଏବଂ ଉପେନ୍ଦ୍ର କୁଶୱାଙ୍କ ନେତୃତ୍ୱାଧୀନ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ପ୍ରତ୍ୟେକ ଗୋଟିଏ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……