ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଣ୍ଟିବାୟୋଟିକ୍ସ, ଆଣ୍ଟି ଇଫେକ୍ଟିଭ ଓ ପେନ୍କିଲର ଭଳି ପ୍ରାୟ ୮୦୦ ଜରୁରୀ ଔଷଧ ମୂଲ୍ୟ ବଢ଼ିବା ନେଇ କେନ୍ଦ୍ର ସରକାର ସଙ୍କେତ ଦେଇଛନ୍ତି। ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ (ଏନ୍ପିପିଏ) ଗତ ଶୁକ୍ରବାର ୨୦୨୦ରେ ଥିବା ପାଇକାରୀ ମୂଲ୍ୟ ସୂଚକାଙ୍କରେ ୧୦.୭ ପ୍ରତିଶତ ବୃଦ୍ଧି କରିଛନ୍ତି। ଫଳରେ ଜାତୀୟ ଜରୁରୀ ଔଷଧ ସୂଚୀରେ ଥିବା ପ୍ରାୟ ୮୦୦ ଔଷଧ ମହଙ୍ଗା ହେବ। ଜ୍ବର, ଚର୍ମରୋଗ, ହୃଦ୍ରୋଗ, ଆନିମିୟା, ଉଚ୍ଚ ରକ୍ତଚାପ ଓ ସଂକ୍ରମଣ ପାଇଁ ବ୍ୟବହୃତ ଔଷଧର ମୂଲ୍ୟ ବଢ଼ିବ। ଆଜିଥ୍ରୋମାଇସିନ୍, ସିପ୍ରୋଫ୍ଲୋକ୍ସାସିନ୍ ହାଇଡ୍ରୋକ୍ଲୋରାଇଡ୍, ମେଟ୍ରୋନିଡାଜୋଲ୍, ପାରାସିଟାମଲ, ଫିନୋବାର୍ବିଟୋନ୍ ଏବଂ ଫିନେଟୋନ୍ ସୋଡିୟମ ଆଦି ଔଷଧର ମୂଲ୍ୟ ବୃଦ୍ଧି ଘଟିବ।






More Stories
ଅଖିଳେଶଙ୍କୁ ଭାଜପା ନେତାଙ୍କ ଚେତାବନୀ…..
ମୁଖ୍ୟମନ୍ତ୍ରୀ ପଦ ହରାଇଲେ ମମତା…..
ପଶ୍ଚିମବଙ୍ଗ ଗଲେ ମୁଖ୍ୟମନ୍ତ୍ରୀ…..