ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମେ ୨୬ରେ ହେବନି ୟୁପିଏସସି ପ୍ରିଲିମନାରୀ ପରୀକ୍ଷା। ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ଜୁନ୍ ୧୬ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏନେଇ ୟୁନିଅନ ପବ୍ଲିକ ସର୍ଭିସ କମିସନ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ଚଳିତ ବର୍ଷର ସିଭିଲ୍ ସର୍ଭିସ୍ ପରୀକ୍ଷା ବିଳମ୍ବରେ ହେବ। ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମେ ୨୫ରେ ହେବାକୁ ଥିବା ପରୀକ୍ଷାସୂଚିକୁ ବଦଳା ଯାଇଛି। ନିର୍ବାଚନ ସରିବା ପରେ ପରୀକ୍ଷା ତାରିଖ ଘୋଷଣା କରିବେ ଆୟୋଗ। ୟୁପିଏସସି ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ଚଳିତ ବର୍ଷର ପରୀକ୍ଷା ମାଧ୍ୟମରେ ପ୍ରାୟ ୧,୦୫୫ଟି ପଦବୀ ପୂରଣ ହେବ। ୟୁପିଏସସି ଦ୍ୱାରା ପ୍ରତିବର୍ଷ ଆୟୋଜିତ ସିଭିଲ୍ ସର୍ଭିସ୍ ପରୀକ୍ଷା ତିନୋଟି ପର୍ଯ୍ୟାୟ ପ୍ରାଥମିକ, ମୁଖ୍ୟ ଏବଂ ସାକ୍ଷାତକାର ମାଧ୍ୟମରେ କରାଯାଏ। ଏହି ପରୀକ୍ଷା ଅଧୀନୟରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍), ଭାରତୀୟ ବୈଦେଶିକ ସେବା (ଆଇଏଫଏସ୍) ଏବଂ ଭାରତୀୟ ପୋଲିସ ସେବା (ଆଇପିଏସ୍) ପଦବୀ ପାଇଁ ଅଧିକାରୀ ଚୟନ କରାଯାଏ।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..