ରିପୋର୍ଟ କାର୍ଡ / ଭୁବନେଶ୍ବର
ଜେଲ୍ ଭିତରୁ ବାହାରୁଛି ପୁଳାପୁଳା ଗଞ୍ଜେଇ ତ କେଉଁ ସେଲ୍ରୁ ବିଡ଼ି ବଣ୍ଡଲ। ଗଞ୍ଜେଇ ସିଗାରେଟ୍, ଚିଲମ ପୁଣି ବ୍ରାଉନ୍ସୁଗାର। ତାହାପୁଣି କେଉଁ କଏଦୀର ମୁଢ଼ି ଡବାରୁ ବାହାରୁଛି ତ କାହାର ଫଳବ୍ୟାଗରୁ। ଗାଧୁଆଘରଠୁ ଆରମ୍ଭ କରି ବାହାର ଅଗଣାର ପର୍ଯ୍ୟନ୍ତ, ଯେଉଁଠି ହାତ ବୁଲାଇଲେ ପୁଳାପୁଳା ନିଶାଦ୍ରବ୍ୟ। ବୁଧବାର ଡିସିପି ପ୍ରତୀକ ସିଂହଙ୍କ ନେତୃତ୍ବରେ କମିସନରେଟ୍ ପୋଲିସର ସ୍ବତନ୍ତ୍ର ଟିମ୍ ଝାରପଡ଼ା ଜେଲ୍ରେ ଅତର୍କିତ ଚଢ଼ଉ ବେଳେ ଏମିତି ଦୃଶ୍ୟ ସାମ୍ନାକୁ ଆସିଥିଲା| ସୁରକ୍ଷା ନେଇ କର୍ତ୍ତୃପକ୍ଷଙ୍କ ଘୋର ଅବହେଳା ପଦାରେ ପଡ଼ିଛି। ଜେଲ୍ରେ ବାରମ୍ବାର କଏଦୀଙ୍କ ଗୋଷ୍ଠୀ ସଂଘର୍ଷ ସହିତ ନିଶାଦ୍ରବ୍ୟର ଖୋଲା ପ୍ରଚଳନ କଥା ପଦାକୁ ଆସିବା ପରେ ଡିସିପି ଶ୍ରୀ ସିଂହ, ୧୧ ଥାନା ଅଧିକାରୀ, ୨୦ ଏସ୍ଆଇ, ଏଏସ୍ଆଇ, ଦୁଇ ପ୍ଲାଟୁନ୍ ଫୋର୍ସ ଅଚାନକ ଜେଲ୍ ପରିସରରେ ପହଞ୍ଚିଥିଲେ। ସେଲ୍ରେ ଚଢ଼ଉ କରିବା ସହ ପୋଲିସ ଦଳ କଏଦୀଙ୍କ ସେଲ୍ରୁ ତ ନିଶା ଦ୍ରବ୍ୟ ଜବତ କରିଥିଲା, ସେଲ୍ ବାହାରେ ମଧ୍ୟ କଏଦୀମାନେ ମାଟିତଳେ ନିଶାଦ୍ରବ୍ୟ ପୋତି ଥିବାର, ଏପରିକି ଗଛରେ ପୁଡ଼ିଆ କରି ଟାଙ୍ଗିବାର ମଧ୍ୟ ଧରିଥିଲା।






More Stories
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..
ଆଜି ରାଷ୍ଟ୍ରପତିଙ୍କର ଓଡିଶା ଗସ୍ତର ଦ୍ଵିତୀୟ ଦିନ:ବିରଜା ମନ୍ଦିର ପରିଦର୍ଶନ…..
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..