Report Card Odisha

| Daily Odia News

ବ୍ରାଉନ୍‌ସୁଗର କାରବାରରେ ୨ ଶିକ୍ଷିତ ଯୁବତୀ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଉଚ୍ଚ ଶିକ୍ଷିତା ହୋଇ ବ୍ରାଉନ୍‌ସୁଗର କାରବାରରେ ୨ ଜଣ ଯୁବତୀ । ରାଜଧାନୀ ଭୁବନେଶ୍ୱରରେ ଘର ଭଡ଼ା ନେଇ ଦୀର୍ଘଦିନ ଧରି ଏହି ବେପାର ଚଳାଇଥିଲେ ଦୁଇ ଯୁବତୀ। କମିଶନରେଟ୍‌ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳର ପ୍ରଜ୍ଞା ପ୍ରିୟା ସ୍ୱାଇଁ ଓ ବାଲେଶ୍ଵର ଜିଲ୍ଲା ବସ୍ତା ଅଞ୍ଚଳର କରିଶ୍ମା ରାଉତ ବ୍ରାଉନ୍‌ସୁଗର କାରବାର ଚଳାଇଥିଲେ। ଉଭୟ ଉଚ୍ଚ ଶିକ୍ଷିତ। ଖଣ୍ଡଗିରି ଥାନା ଯଦୁପୁର ଗାଁରେ ଏକ ଘର ଭଡ଼ା ନେଉ ରହୁଥିଲେ। ଉଭୟ ଏକ ପ୍ରାଇଭେଟ୍‌ କମ୍ପାନୀରେ ଚାକିରି କରୁଥିଲେ। ହେଲେ ସେମାନଙ୍କ ପେଶା ପାଲଟିଥିଲା ବ୍ରାଉନ୍‌ସୁଗର ବେପାର। ଦୀର୍ଘ ବର୍ଷେରୁ ଅଧିକ ସମୟ ଧରି ଧଳା ଜହର କାରବାରରେ ଲିପ୍ତ ରହୁଥିଲେ। ସେମାନେ ନିଜେ ଖାଇବା ସହିତ ବେପାରରେ ଲିପ୍ତ ରହୁଥିଲେ। ରାଜଧାନୀର ଏକ ବ୍ରାଉନ୍‌ସୁଗର ବେପାରୀଠାରୁ ଆଣି କାରବାର କରୁଥିଲେ। ବ୍ରାଉନ୍‌ସୁଗର କାରବାର ସମ୍ପର୍କରେ ଖବର ପାଇ କମିଶନରେଟ୍‌ ପୋଲିସ ଓ ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ ମିଳିତ ଭାବେ ଶୁକ୍ରବାର ଉକ୍ତ ଘରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଘରୁ ୨୬୫ ଗ୍ରାମ୍‌ ବ୍ରାଉନ୍‌ସୁଗର ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷରୁ ଅଧିକ ଟଙ୍କା ହେବ। ଏଥିସହ ପ୍ରଜ୍ଞା ଓ କରିଶ୍ମାଙ୍କୁ ଗିରଫ କରିଥିଲା। ଉଭୟଙ୍କଠାରୁପୋଲିସ ୩ଟି ମୋବାଇଲ୍‌ ଓ ଗୋଟିଏ ଲାପ୍‌ଟପ୍‌ ଜବତ କରିଥିଲା। ବ୍ରାଉନ୍‌ସୁଗର ଯୋଗାଉଥିବା କିଙ୍କପିନ୍‌ଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି କମିଶନରେଟ୍‌ ପୋଲିସ |

Breaking News