ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫକୁ ନେଇ ଜର୍ମାନୀର ବିଦେଶ ମନ୍ତ୍ରଣାଳୟ ବିବାଦୀୟ ମନ୍ତବ୍ୟଦେଇଥିଲା | ଏହାର ଉତ୍ତରରେ ଭାରତ କହିଛି ଜର୍ମାନୀର ମନ୍ତବ୍ୟ ଭାରତୀୟ ନ୍ୟାୟପ୍ରଣାଳୀରେ ହସ୍ତକ୍ଷେପ କରିବା ଭଳି। ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପକୁ ସହ୍ୟ କରାଯିବ ନାହିଁ। ଏପରି ମନ୍ତବ୍ୟ ଭାରତୀୟ ନ୍ୟାୟ ବ୍ୟବସ୍ଥାର ସ୍ବତନ୍ତ୍ରତାକୁ ପ୍ରଭାବିତ କରିବା ଭଳି। କେଜ୍ରିୱାଲଙ୍କ ଗିରଫ ନେଇ ଜର୍ମାନୀ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ଆମେ ଆଶା କରୁଛୁ ଏହି ମାମଲାରେ ନ୍ୟାୟପାଳିକାର ସ୍ବତନ୍ତ୍ରତତା ଏବଂ ଗଣତାନ୍ତ୍ରିକ ସିଦ୍ଧାନ୍ତ ପ୍ରତି ଧ୍ୟାନ ରଖାଯିବ। ମାମଲାର ନିରପେକ୍ଷ ଶୁଣାଣି ହେବ ଏବଂ କେଜ୍ରିୱାଲଙ୍କୁ ନିଜର ପକ୍ଷ ରଖିବାର ସୁଯୋଗ ପ୍ରଦାନ କରାଯିବ। କୌଣସି ବ୍ୟକ୍ତିଙ୍କୁ ନିର୍ଦ୍ଦୋଷ ପ୍ରମାଣିତ କରିବା ନ୍ୟାୟ ପ୍ରଣାଳୀ ପାଇଁ ଅପରିହାର୍ଯ୍ୟ ବୋଲି ଜର୍ମାନୀ ବିଦେଶ ମନ୍ତ୍ରଣାଳୟ କହିଥିଲା। ଜର୍ମାନୀ ବିଦେଶ ମନ୍ତ୍ରଣାଳୟର ଏଭଳି ମନ୍ତବ୍ୟ ନେଇ ଭାରତୀୟ ବିଦେଶ ମନ୍ତ୍ରଣାଳୟ ଜର୍ମାନୀ ଦୂତାବାସକୁ ଶନିବାର ସମନ ଜାରି କରିଛି |






More Stories
ରାଜଧାନୀ ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ…..
ଦେଶ ହେବ ନିଶାମୁକ୍ତ…..
ରୁପା ଆମଦାନୀ ଉପରେ କଟକଣା……