Report Card Odisha

| Daily Odia News

କଂଗ୍ରେସ ଛାଡ଼ିବାକୁ ଧମକ ଦେଲେ ୭ ବିଧାୟକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କର୍ଣ୍ଣାଟକା କଂଗ୍ରେସରେ ଦେଖାଦେଇଛି ବିଦ୍ରୋହ। ସ୍ଥିତି ଏପରି ହୋଇଛି ଯେ, ରାଜ୍ୟର ୭ ବିଧାୟକ ଦଳ ଛାଡ଼ିବାକୁ ଧମକ ଦେଇଛନ୍ତି। ଏଥିସହ ଆମେ ଗୋଟିଏ ପରିବାରର ଚାକର ହୋଇ ପାରିବୁନି ବୋଲି ସେମାନେ ଖୋଲାଖୋଲି ଭାବେ କହିଛନ୍ତି । ଗତ ୨୧ ତାରିଖରେ କଂଗ୍ରେସ ନିଜର ଦ୍ୱିତୀୟ ପର୍ଯ୍ୟାୟ ତାଲିକା ପ୍ରକାଶ କରିଥିଲା। ସେଥିରେ କର୍ଣ୍ଣାଟକାର ୧୭ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା। ଉକ୍ତ ପ୍ରାର୍ଥୀମାନଙ୍କ ମଦ୍ୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡ଼ଗେଙ୍କ ଜ୍ୱାଇଁଙ୍କ ସମତେ ଆଉ ୫ ମନ୍ତ୍ରୀଙ୍କ ପିଲାମାନଙ୍କୁ ଟିକେଟ ପ୍ରଦାନ କରାଯାଇଛି। ଏହାକୁ ନେଇ ଦଳରେ ବିଦ୍ରୋହ ଦେଖାଦେଇଛି। ମୁଖ୍ୟତଃ କୋଲାର ବିଧାନସଭା ଆସନ ପାଇଁ ଦଳ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କେଏଚ୍‌ ମୁନିୟାପ୍ପାଙ୍କ ସମ୍ପର୍କୀୟଙ୍କୁ ଟିକେଟ ଦେବା ପରେ ବିବାଦ ଘନୀଭୂତ ହେବାରେ ଲାଗିଲା। ଏହାକୁ ନେଇ କର୍ଣ୍ଣାଟକା ବିଧାନସଭାର ୫ ବିଧାୟକ ଓ ବିଧାନ ପରିଷଦର ୨ ବିଧାୟକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହି ବିଦ୍ରୋହୀ ଗୋଷ୍ଠିରେ ଥିବା କର୍ଣ୍ଣାଟକାର ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଏମ୍‌ସି ସୁଧାକର କହିଛନ୍ତି, ଆମେମାନେ ମୁନିୟାପ୍ପାଙ୍କ ପରିବାରର ଚାକର ହୋଇ ପାରିବୁନି । କାରଣ ପାର୍ଟି କେବଳ ପରିବାର ମଧ୍ୟରେ ଟିକେଟ ବିତରଣ କରୁଛି।

Breaking News