Report Card Odisha

| Daily Odia News

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକଳାପ ଦେଶ ପାଇଁ ଭଲ ନୁହେଁ,ଆପଲର ସାହାଯ୍ୟ ଲୋଡ଼ିଲା ଇଡି….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆମ୍ ଆଦମୀ ପାର୍ଟି ନେତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ର ରିମାଣ୍ଡ ଅବଧି ଶେଷ ହେବା ପରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର କରାଯିବା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି। ଦିଲ୍ଲୀର ରାମଲୀଳା ମଇଦାନରେ ଇଣ୍ଡିଆ ମେଣ୍ଟର ସମାବେଶ ସମ୍ପର୍କରେ ପଚରାଯିବାରୁ କେଜ୍ରିୱାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ଯାହା କରୁଛନ୍ତି ତାହା ଦେଶ ପାଇଁ ଭଲ ନୁହେଁ। କେଜ୍ରିୱାଲ ଓ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମୁକ୍ତ କରିବାକୁ ଇଣ୍ଡିଆ ମେଣ୍ଟର ନେତାମାନେ ଦାବି କରିଛନ୍ତି। ନିର୍ବାଚନ ପୂର୍ବରୁ ଦେଶର ବିରୋଧୀଙ୍କ ସୁଯୋଗ ଛଡ଼ାଇ ନିଆଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଙ୍କୁ ଇଡି ଦିଗକୁ କେନ୍ଦ୍ର କରି ପଚରାଉଚରା କରୁଛି। ଇଡିଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ସହଯୋଗ କରୁ ନଥିବା ବେଳେ ତାଙ୍କ ଆଇଫୋନ ସୁଇଜ ଅଫ କରି ଦେଇଛନ୍ତି। ଚଢ଼ାଉ ସମୟରେ ଇଡ଼ି ଅରବିନ୍ଦ କେଜ୍ରିୱାଲଙ୍କ ଠାରୁ ୪ଟି ଫୋନ ଜବତ କରିଥିଲା। ଫୋନ ଜବତ ହେବା ପୂର୍ବରୁ କେଜ୍ରିୱାଲ ଚତୁରତା ସହ ସୁଇଜଅଫ କରି ଦେଇଥିଲେ। ହେପାଜତରେ ଥିବା ଅରବିନ୍ଦଙ୍କୁ ଇଡ଼ି ଫୋନ ଖୋଲିବା ପାଇଁ କହୁଥିବା ବେଳେ ସେ କାହାକୁ ପାସୱାର୍ଡ କହୁ ନାହାନ୍ତି । ଏଥିପାଇଁ ଇଡିକୁ ହଟହଟା ହେବାକୁ ପଡ଼ିଛି। ଇଡି କେଜ୍ରିୱାଲଙ୍କ ଫୋନରେ ଥିବା ଡାଟାକୁ ସଂଗ୍ରହ କରିବା ପାଇଁ ଆପଲ କମ୍ପାନି ସହିତ ଯୋଗାଯୋଗ କରି ସାହାଯ୍ୟ କରିବାକୁ ଅନୁରୋଧ କରିଛି। ଆପଲ କହିଛି କୌଣସି ଆଇଫୋନକୁ ଖୋଲିବା ପାଇଁ ପାସୱାର୍ଡ ନିହାତି ଆବଶ୍ୟକ ତା’ପରେ ଯାଇ ଅନ୍ୟ କିଛି ବିକଳ୍ପ ବାଛି ହେବ। କେଜ୍ରିୱାଲଙ୍କୁ ଆହୁରି ୧୫ଦିନ ଯାଏ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ଏପ୍ରିଲ ୧୫ ତାରିଖ ଯାଏଁ ତାଙ୍କୁ ଦିଲ୍ଲୀର ତିହାଡ଼ ଜେଲରେ ରଖାଯିବ।

 

 

 

Breaking News