ରିପୋର୍ଟ କାର୍ଡ / ପଶ୍ଚିମବଙ୍ଗ
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଦ ଅବସରରେ ଶୁଭେଚ୍ଛା ଜଣାଇବା ସହ ଆୟୋଜିତ ରୋଡ ସୋରେ ସାମିଲ ହୋଇଥିଲେ। ଇଦ ଖୁସି ଏବଂ ଶକ୍ତି ପ୍ରଦାନର ପର୍ବ ବୋଲି ମମତା କହିଛନ୍ତି। ଏହି ଅବସରରେ ମୁସଲମାନ ସମୁଦାୟଙ୍କୁ ସମ୍ବୋଧିତ କରି ମମତା କହିଛନ୍ତି ଆମେ ଦେଶପାଇଁ ରକ୍ତ ଦେବାକୁ ପ୍ରସ୍ତୁତ କିନ୍ତୁ ଦେଶରେ ହେଉଥିବା ଅତ୍ୟାଚାରକୁ ବରଦାସ୍ତ କରିବୁ ନାହିଁ। ବିଜେପି ଉପରେ ବର୍ଷିବା ସହ ସେ କହିଛନ୍ତି ୟୁନିଫର୍ମ ସିଭିଲ୍ କୋଡ୍ ଗ୍ରହଣୀୟ ନୁହେଁ। ମୁଁ ସମସ୍ତ ଧର୍ମ ମଧ୍ୟରେ ସମନ୍ୱୟ ଚାହୁଁଛି। ସ୍ପଷ୍ଟ ଭାବେ ମମତା କହିଛନ୍ତି ଯେ ରାଜ୍ୟରେ ସେ କେବେ ହେଲେ ୟୁନିଫର୍ମ ସିଭିଲ୍ କୋଡ୍, ଏନଆରସି ଏବଂ ସିଏଏ କାର୍ଯ୍ୟକାରୀ କରିବାକୁ ଅନୁମତି ଦେବେ ନାହିଁ। ପ୍ରଥମ ଥର ପାଇଁ ୟୁସିସି ଉପରେ ଟିଏମସିର ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି ମମତା। ମରିବା ପର୍ଯ୍ୟନ୍ତ ସେ କେବେ ହେଲେ ସିଏଏ ଲାଗୁ କରିବାକୁ ଅନୁମତି ଦେବେ ନାହିଁ ବୋଲି କହିଛନ୍ତି।






More Stories
ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ…..
ପୁଣି ହେବ ଲକ୍ଡାଉନ୍ !…..
ଭୟଙ୍କର ବିମାନ ଦୁର୍ଘଟଣା…..