ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ୪ ନେତାଙ୍କୁ ନୂଆ ଦାୟିତ୍ଵ ଦେଇଛି ବିଜେଡି। ଭୁବନେଶ୍ଵର ସାଂଗଠନିକଜିଲ୍ଲାରେ ଭିନ୍ନ ଭିନ୍ନ ଦାୟିତ୍ଵରେ ୪ଜଣ କର୍ମକର୍ତ୍ତାଙ୍କୁ ନିଯୁକ୍ତ କରାଯାଇଛି। ଜିଲ୍ଲା ସଭାପତି ସୁଶାନ୍ତ କୁମାର ରାଉତ ଏନେଇ ସୂଚନା ଦେଇଛନ୍ତି। ବଦ୍ରି ନାରାୟଣ ମିଶ୍ର ବିଜେଡି ଭୁବନେଶ୍ଵର ସାଂଗଠନିକ ଜିଲ୍ଲାର ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଥିବାବେଳେ ସଦାଶିବ ଜେନାଙ୍କୁ ଉପସଭାପତି ଦାୟିତ୍ଵ ଦିଆଯାଇଛି। ସେହିପରି ସୁଲେଖା ରଥ ଓ କାଳୀ ଚରଣ ସିଂହ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି।






More Stories
ଭୁବନେଶ୍ୱର କୋର୍ଟକୁ ବୋମା ଧମକ…..
ଝଡ଼ବର୍ଷା ସମ୍ଭାବନା !ୟେଲୋ ଓ୍ବାର୍ନିଂ ଜାରି…..
ଜଳବାୟୁ ପରିବର୍ତ୍ତନ ରୋକିବାକୁ ବୃକ୍ଷରୋପଣ ହିଁ ଏକମାତ୍ର ସମାଧାନ…..