ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଧାୟକ ପଦ ରଦ୍ଦ ଘଟଣାରେ ଆଇନ ଆଶ୍ରୟ ନେବେ ପୂର୍ବତନ ବିଜେଡି ବିଧାୟକ ତଥା ବର୍ତ୍ତମାନର ଜୟଦେବ ବିଧାନସଭା ଆସନର ବିଜେପି ପ୍ରାର୍ଥୀ ଅରବିନ୍ଦ ଢ଼ାଲି। ଭୁବନେଶ୍ୱରରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ଏଭଳି କହିଛନ୍ତି ଅରବିନ୍ଦ। ସେ କହିଛନ୍ତି, ମୋ ବିରୋଧରେ ଏହା ଏକ ଏକପାଖିଆ ନିଷ୍ପତ୍ତି। ଜାଣିଶୁଣି ମୋ ବିଧାନସଭା ପଦକୁ ରଦ୍ଦ କରାଯାଇଛି। ଯେଉଁମାନେ ବିଜେଡିରୁ ବିଜେପିକୁ ଆସିଛନ୍ତି, ସେମାନଙ୍କର ହିଁ ବିଧାୟକ ପଦ ରଦ୍ଦ କରାଯାଇଛି।ଅନ୍ୟମାନଙ୍କର କାହିଁକି ନୁହଁ ବୋଲି ପ୍ରଶ୍ନ କରିଛନ୍ତି ଅରବିନ୍ଦ|






More Stories
ପୋଲିସ ସାମ୍ନାରେ ଯୁବକଙ୍କୁ ପିଟିପିଟି ମାରିଦେଲେ…..
ଆସୁଛି ବର୍ଷା……
ପଥର ଖୋଲରୁ ନାବାଳକ ଉଦ୍ଧାର…..