ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେଡିରୁ ଇସ୍ତଫା ଦେଇଥିବା ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ କୁମାର ସିଂହ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ କାର୍ଯ୍ୟକ୍ରମରେ ସେ ଦଳରେ ସାମିଲ ହୋଇଥିଲେ। ବିଜେପିରେ ଯୋଗ ଦେବା ପରେ ପ୍ରଭାସ ସିଂହ କହିଥିଲେ, ବିଜେଡିରେ ଆଉ ଆତ୍ମସମ୍ମାନ ନାହିଁ। ତେଣୁ ବିଜେଡି ଛାଡ଼ିଲି। ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବାକୁ ଡବଲ ଇଞ୍ଜିନ ସରକାର ଆବଶ୍ୟକ। ସେଠାରେ ବିଜେପି ଶାସନ ଗାଦିକୁ ଆସିବା ଦରକାର। ଓଡ଼ିଶାରେ ପରିବର୍ତ୍ତନ ପବନ ବହିଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେ ସବୁ ଯୋଜନା କରିଛନ୍ତି, ସେଥିରୁ କିଛି ଏବେବି ସେଠାରେ ଲାଗୁ ହେବାକୁ ବାକି ଅଛି।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..