ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀର ୪ଟି ଡାକ୍ତରଖାନା ଓ ତିହାର ଜେଲ୍କୁ ବୋମା ବିସ୍ଫୋରଣ ଧମକ ମିଳିଛି। ଇମେଲ୍ ମାଧ୍ୟମରେ ଏହି ବୋମା ବିସ୍ଫୋରଣ ଧମକ ମିଳିଥିବାବେଳେ ପୋଲିସ ଏହାର ଯାଞ୍ଚ କରିଛି। ତିହାର ଜେଲ୍ କର୍ତ୍ତୃପକ୍ଷ ଧମକ ସମ୍ପର୍କରେ ପୋଲିସକୁ ସୂଚନା ଦେବା ପରେ ଜେଲ୍ ପରିସର ଯାଞ୍ଚ କରାଯାଇଛି। ମାତ୍ର ଯାଞ୍ଚ ସମୟରେ ଜେଲ୍ରୁ କୌଣସି ବୋମା ମିଳି ନାହିଁ। ସେହିପରି ଦିଲ୍ଲୀର ଦୀପ ଚାନ୍ଦ ବନ୍ଧୁ ହସ୍ପିଟାଲ, ଜିଟିବି ହସ୍ପିଟାଲ, ଦାଦାଦେବ ହସ୍ପିଟାଲ ଓ ହେଡଗେୱାର ହସ୍ପିଟାଲକୁ ବୋମା ବିସ୍ଫୋରଣ ଧମକ ମିଳିଛି। ପୋଲିସ ଓ ଅଗ୍ନିଶମ ବାହିନୀ ଏହିସବୁ ହସ୍ପିଟାଲ ପରିସର ଯାଞ୍ଚ କରିଥିବାବେଳେ କୌଣସି ବୋମା ମିଳି ନାହିଁ। ତେଣୁ ଏହା ମିଛ ଧମକ ବୋଲି ଜଣାଯାଇଛି। ରବିବାର ମଧ୍ୟ ଦିଲ୍ଲୀର ୬ରୁ ଅଧିକ ହସ୍ପିଟାଲ ଓ ଇନ୍ଦିରାଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ବୋମା ଥିବା ନେଇ ଇମେଲ ଧମକ ମିଳିଥିଲା। ଯାହା ମିଛ ପ୍ରମାଣିତ ହୋଇଥିଲା। ମେ ୧ରେ ଦିଲ୍ଲୀ ଓ ଏନସିଆର ଅଞ୍ଚଳର ୧୩୧ଟି ବିଦ୍ୟାଳୟକୁ ବୋମା ଧମକ ମିଳିଥିଲା।






More Stories
ବଢ଼ିଲା ନେତାଙ୍କ ସୁରକ୍ଷା…..
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..
ବୀମା ନାହିଁ ତ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର…..