ରିପୋର୍ଟ କାର୍ଡ / ଭୁବନେଶ୍ୱର
ନିର୍ବାଚନ ହାରିବା ଭୟରେ ବିଜେଡି ହତାଶ ହୋଇ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ କରୁଛି। ନିର୍ବାଚନୀ ହିଂସାକାଣ୍ଡରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଦଳୀୟ ପ୍ରାର୍ଥୀ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି। ଏହାସତ୍ତ୍ବେ ପୋଲିସ କିଛି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଆନ୍ଧ୍ରପ୍ରଦେଶରେ ଯେପରି ଆଇନଶୃଙ୍ଖଳା ରକ୍ଷା କରିବାରେ ବିଫଳତା ଯୋଗୁ ପୋଲିସ ଡିଜିଙ୍କ ବଦଳି ହୋଇଛି ସେହିପରି ଓଡ଼ିଶାରେ ପୋଲିସ ଡିଜିଙ୍କୁ ତୁରନ୍ତ ବଦଳାଯାଉ ବୋଲି ବିଜେପିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି। ବିଜେପି ଅଭିଯୋଗ କରିଛି ଯେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ଘସିପୁରା ନିର୍ବାଚନ ମଣ୍ଡଳୀର ସରକାରୀ କର୍ମଚାରୀମାନେ ଖୋଲାଖୋଲି ଭାବେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି। ଏପରିକି ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଭୋଟରଙ୍କୁ ଧମକ ଦେଉଛନ୍ତି। ବାଟୋ ପଞ୍ଚାୟତ ପତିତପାବନ ଏସ୍ଏଚ୍ଜି ଗ୍ରୁପ୍ର ରାସନ ସାମଗ୍ରୀ ବିତରକ ବିନୟ କୁମାର ରାଓ ଅଟା ଗ୍ରାମରେ ବିଜେଡି ପାଇଁ ଏକ ବୈଠକ କରିଥିଲେ। ସେ ବିଜେଡି ପାର୍ଥୀ ବଦ୍ରିନାରାୟଣ ପାତ୍ରଙ୍କ ଉପସ୍ଥିତିରେ ବିଜେଡିକୁ ଭୋଟ ଦେବାକୁ ହିତାଧିକାରୀମାନଙ୍କୁ କହିଥିଲେ। ଏପରି ନ କଲେ ସେମାନଙ୍କ ରାସନ କାର୍ଡ ବନ୍ଦ କରିଦିଆଯିବା ସହ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ନ ଦେବାକୁ ଚେତାବନୀ ଦେଇଛନ୍ତି। ସେହିପରି ବେଗୁନିଆପଡ଼ା ବ୍ଲକ ବ୍ରଜହରି ପଞ୍ଚାୟତ ଅନ୍ତର୍ଗତ କବିସୂର୍ଯ୍ୟନଗରରେ ଅନିଲ କୁମାର ପରିଡ଼ା ଶାସକ ବିଜେଡି ପାଇଁ ଖୁଲମଖୁଲା ପ୍ରଚାର କରୁଛନ୍ତି। ଯାଜପୁର ଜିଲ୍ଲାଦାନଗଦି ବ୍ଲକ ଅନ୍ତର୍ଗତ ତରି ଉଚ୍ଚ ପ୍ରାଥମିକ ହାଇସ୍କୁଲର ଶିକ୍ଷକ ବସନ୍ତ କୁମାର ଦାସ ବିଜେଡି ପାଇଁ ପ୍ରଚାର କରୁଛନ୍ତି। ଏହାର ଫଟୋ ଓ ଭିଡିଓ ବିଜେପି ସିଇଓଙ୍କୁ ଦେଇଛି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..