Report Card Odisha

| Daily Odia News

ନିର୍ବାଚନ ବେଳେ ଅଟୋ ଚାଳକଙ୍କୁ ବୀଭତ୍ସ ହତ୍ୟା…..

ରିପୋର୍ଟ କାର୍ଡ / ବରଗଡ଼

ସାଧାରଣ ନିର୍ବାଚନ ସମୟରେ ହିଂସା ଓ ହତ୍ୟାକାଣ୍ଡ ଘଟୁଛି। ଆଜି ବରଗଡ଼ ନିକଟ ସଦର ଥାନା ଅନ୍ତର୍ଗତ ସରସରା ଗାଁର ଘଟଣା ସାରା ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ।ହୋଇଛି । ଜଣେ ଅଟୋ ଚାଳକଙ୍କୁ ଏକ ଗୋଷ୍ଠୀ ଭୁଜାଲି ଆକ୍ରମଣ କରି ହତ୍ୟା କରିଛନ୍ତି। ମୃତକଙ୍କ ନାଁ ବିଶ୍ୱନାଥ ମିର୍ଦ୍ଧା ବୋଲି ଜଣାପଡ଼ିଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଘଟଣା ପରେ ଆଇଜି ହିମାଂଶୁ ଲାଲ ଓ ବରଗଡ଼ ଏସପି ପ୍ରହଲ୍ଲାଦ ସାଇ ମିନା ଗାଁରେ ପହଞ୍ଚିଛନ୍ତି। ନିର୍ବାଚନ ସମୟରେ ବିଶ୍ୱନାଥ ଭୋଟରଙ୍କୁ ଅଟୋରେ ମତଦାନ କେନ୍ଦ୍ରକୁ ନେଉଥିବା ବେଳେ ଏକ ଗୋଷ୍ଠୀ ବିରୋଧ କରିବା ସହ ଆକ୍ରମଣ କରିଥିବା ପରିବାର ଲୋକ କହିଛନ୍ତି। ତେବେ ନିର୍ବାଚନ ସମୟରେ ଏଭଳି ହିଂସାକାଣ୍ଡ ଏବେ ବରଗଡ଼ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Breaking News