ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭା ନିର୍ବାଚନ ସମୟରେ ଭୋଜପୁରୀ ତାରକା ପୱନ ସିଂଙ୍କୁ ଭାରତୀୟ ଜନତା ପାର୍ଟି ବହିଷ୍କାର କରିଛି। ବିହାରର ହଟ୍ ସିଟ୍ କାରାକାଟରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପୱନ ସିଂଙ୍କୁ ବିଜେପି ବହିଷ୍କାର କରିଛି। ବର୍ତ୍ତମାନ ପୱନ ସିଂ ଆଉ ବିଜେପିର ସଦସ୍ୟ ନୁହଁନ୍ତି ବୋଲି ଦଳ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ଥିବା ପୱନ ସିଂଙ୍କୁ ବହିଷ୍କାର କରି ଦଳ ପକ୍ଷରୁ ଏକ ଚିଠି ଜାରି କରାଯାଇଛି। ଯେଉଁଥିରେ ଲେଖାଯାଇଛିଳ ଆପଣ ଲୋକସଭା ନିର୍ବାଚନରେ ଏନଡିଏର ପ୍ରାଧିକୃତ ପ୍ରାର୍ଥୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି କାର୍ଯ୍ୟ ପାର୍ଟି ବିରୋଧୀ, ଯାହା ଦଳର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଛି ଏବଂ ଆପଣ ପାର୍ଟି ଶୃଙ୍ଖଳା ବିରୁଦ୍ଧରେ ଏହା କରିଛନ୍ତି। ତେଣୁ ପାର୍ଟି ବିରୋଧୀ କାର୍ଯ୍ୟ ପାଇଁ ପ୍ରଦେଶ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ ଅନୁଯାୟୀ ଆପଣଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଏନଡିଏ ସହଯୋଗୀ ଦଳ ବିହାରର କାରାକାଟ ଆସନରେ ଉପେନ୍ଦ୍ର କୁଶବାହଙ୍କୁ ପ୍ରାର୍ଥୀ କରିଥିବାବେଳେ ଇଣ୍ଡିଆ ମେଣ୍ଟ ପକ୍ଷରୁ ରାଜାରାମ କୁଶବାହଙ୍କୁ ପ୍ରାର୍ଥୀ କରିଛି। ପୱନ ସିଂ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।






More Stories
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….
ଅଟକ ନେତାଙ୍କୁ ଛାଡ଼ିବାକୁ ୱାଙ୍ଗଚୁକଙ୍କ ଚେତାବନୀ….