ରିପୋର୍ଟ କାର୍ଡ / ପୁରୀ
ଆସନ୍ତ ୨୮ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଜୋରଦାର ହେଉଛି ପ୍ରଚାର। ଆଜି ପୁରୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ପ୍ରଚାର ବେଳେ ପୁରୀକୁ ଐତିହାସିକ ନଗର କରିବା ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ବୋଲି ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ୍ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତେ ସାମିଲ ହୁଅନ୍ତୁ। ଏଠାରେ ଅନ୍ତର୍ଜାତୀୟ ବିମାନବନ୍ଦର କରାଯିବ। ପୁରୀକ ନିବେଶର ସୁଅ ଛୁଟିବ। ଆଗାମୀ ଦିନରେ ଓଡ଼ିଶାର ଅର୍ଥନୈତିକ ମେରୁଦଣ୍ଡ ପୁରୀ ହେବ। ଏହାକୁ ସାକାର କରିବା ପାଇଁ ବିଜେଡିକୁ ଆଶୀର୍ବାଦ କରନ୍ତୁ। ଉଭୟ ବିଧାୟକ ଓ ଲୋକସଭା ପ୍ରାର୍ଥୀଙ୍କୁ ବିଜୟ କରିବାକୁ ଆହ୍ୱାନ ଦେଇଛନ୍ତି ପାଣ୍ଡିଆନ୍। ଏଠାରେ ଅନେକ ଲୋକ ଫଣି ବାତ୍ୟା ପରେ ଘର ପାଇନାହାଁନ୍ତି। ସେମାନଙ୍କ ସୁବିଧା ପାଇଁ ୧୦ଲକ୍ଷ ଘର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ରାସନ କାର୍ଡ ଯେଉଁମାନେ ପାଇନାହାଁନ୍ତି ସେମାନଙ୍କୁ ମିଳିବ। ପରିକ୍ରମା ପ୍ରକଳ୍ପ ପାଇଁ ଉଠାଦୋକାନୀଙ୍କ ସହଯୋଗକୁ ପ୍ରଶଂସା କରିବା ସହ ସେମାନଙ୍କ ଲାଗି ସୁବିଧା କରାଯିବ ବୋଲି ପାଣ୍ଡିଆନ କହିଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ। ପ୍ରଥମ ଦସ୍ତଖତରେ ବିଜୁଳି ବିଲ୍ ଛାଡ କରିବେ।






More Stories
IAS ସ୍ତରରେ ବଡ଼ ଧରଣର ଅଦଳବଦଳ…..
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..