Report Card Odisha

| Daily Odia News

ମମତାଙ୍କ ମନ୍ତବ୍ୟକୁ ବିରୋଧ: ୨୪ ମେ’ରେ ସାଧୁ କରିବେ ରାଲି….

Mamata Banerjee addressing a rally in Kolkata on the occasion of the TMCP foundation day | Salil Bera

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ରାମକୃଷ୍ଣ ମିଶନ ଏବଂ ଭାରତ ସେବାଶ୍ରମ ସଂଗଠନର ସାଧୁଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ତାଙ୍କ ମନ୍ତବ୍ୟକୁ ବିରୋଧ କରି ରାଜ୍ୟର ସାଧୁମାନେ ଆସନ୍ତା ମେ’୨୪ରେ କୋଲକାତାରେ ଏକ ରାଲି କରିବାକୁ ନିଷ୍ପତ୍ତି ନେଇଛନ୍ତି। ବାସ୍ତବରେ ମମତା ବାନାର୍ଜୀ ଅଭିଯୋଗ କରିଥିଲେ ରାମକୃଷ୍ଣ ମିଶନର କିଛି ଭିକ୍ଷୁ ଆସାନସୋଲରେ ଭକ୍ତଙ୍କୁ ବିଜେପି ସପକ୍ଷରେ ଭୋଟ୍ ଦେବାକୁ କହିଛନ୍ତି। ଏଥିସହିତ ଭାରତ ସେବାଶ୍ରମ ସଂଗଠନର ଜଣେ ସାଧୁ ଟିଏମସି ଏଜେଣ୍ଟଙ୍କୁ ବହରାମପୁରର ଏକ ମତଦାନ ବୁଥ୍‌ରେ ବସିବାକୁ ବାରଣ କରିଥିଲେ। ବାନାର୍ଜୀ ଅଭିଯୋଗ କରିଥିଲେ ଯେ ଉଭୟ ମଠ ବିଜେପି ନିର୍ଦ୍ଦେଶରେ କାମ କରୁଛି। ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି)ର ସଦସ୍ୟ ତଥା ପଶ୍ଚିମବଙ୍ଗରେ ସାଧୁମାନଙ୍କର ସର୍ବୋଚ୍ଚ ସଂଗଠନ ବାଙ୍ଗୀୟ ସନ୍ୟାସୀ ସମାଜ ଦ୍ୱାରା ସନ୍ଥ ସ୍ବାଭିମାନ ଯାତ୍ରା ଆୟୋଜିତ ହେବ। ସେମାନେ ମମତାଙ୍କ ବିରୋଧରେ ଏକ ରାଲି କରିବେ। ମମତା ବାନାର୍ଜୀଙ୍କୁ ଲକ୍ଷ୍ୟ କରି ଭିଏଚପି ନେତା ସୌରିସ ମୁଖାର୍ଜୀ କହିଛନ୍ତି, ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ମୁଖ୍ୟମନ୍ତ୍ରୀ ଏପରି ମନ୍ତବ୍ୟ ଦେଇଛନ୍ତି। ଆମେ ଏହାକୁ ଦୃଢ଼ ନିନ୍ଦା କରୁଛୁ। ପଶ୍ଚିମବଙ୍ଗର ସାଧୁମାନେ ଏହି ମନ୍ତବ୍ୟ ବିରୋଧରେ ଏକ ରାଲି କରିବେ। ମମତା ବାନାର୍ଜୀଙ୍କ ବିବୃତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ମଧ୍ୟ ନିନ୍ଦା କରିଛନ୍ତି। ପିଏମ ମୋଦୀ ମଧ୍ୟ ଏହି ବିବୃତ୍ତିରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଟିଏମସି ରାମକୃଷ୍ଣ ମିଶନ ଏବଂ ଭାରତ ସେବାଶ୍ରମ ସଂଗଠନ ବିରୋଧରେ ମିଥ୍ୟା ପ୍ରଚାର କରୁଛି। ଟିଏମସି ସମସ୍ତ ସୀମା ପାର୍ କରିଛି। ମମତା ବାନାର୍ଜୀ ତାଙ୍କ ଭୋଟ୍ ବ୍ୟାଙ୍କକୁ ଖୁସି କରିବାକୁ ଧାର୍ମିକ ସଂଗଠନମାନଙ୍କୁ ଧମକ ଦେଉଛନ୍ତି। ତେବେ ମମତା ପରେ ସ୍ପଷ୍ଟ କରିଛନ୍ତି ସେ କୌଣସି ଅନୁଷ୍ଠାନ ବିରୋଧରେ ନୁହଁନ୍ତି ବରଂ ରାଜନୀତିରେ ଜଡିତ ଥିବାରୁ ଜଣେ କିମ୍ବା ଦୁଇ ଜଣଙ୍କୁ ସମାଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ଜଲପାଇଗୁଡ଼ିରେ ରାମକୃଷ୍ଣ ମିଶନ ପରିସରରେ କିଛି ଅଜ୍ଞାତ ବ୍ୟକ୍ତି ଆକ୍ରମଣ କରିଥିଲେ ଏବଂ ବନ୍ଧୁକ ଦେଖାଇ ସାଧୁମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ।

Breaking News