ରିପୋର୍ଟ କାର୍ଡ / ସୁନ୍ଦରଗଡ
ବରସୁଆଁରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍। ବରସୁଆଁକୁ ଲୁହାପଥର ଲୋଡ଼ କରିବାକୁ ଆସିଥିବା ସମୟରେ ଘଟିଲା ଅଘଟଣ । ଏହି ଦୁର୍ଘଟଣାରେ କେହି ଆହତ ହୋଇ ନ ଥିବା ଜଣାଯାଇଛି। ଲୁହାପଥର ଲୋଡ଼ କରିବା ନିମନ୍ତେ ଗତ ରାତିରେ ବରସୁଆଁ ଅଭିମୁଖେ ଏକ ମାଲବାହୀ ଟ୍ରେନ୍ ଆସିଥିଲା। ମାତ୍ର ଖଣି ଲୋଡ଼ କରିବା ନିମନ୍ତେ ପହଞ୍ଚିବା ପୂର୍ବରୁ ବସ୍ଷ୍ଟାଣ୍ଡ ପାଖ ରେଳ ଧାରଣା ନିକଟରେ ଟ୍ରେନ୍ର ୩ଟି ବଗି ଲାଇନଚ୍ୟୁତ ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ରେଲୱେ ବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚି ସ୍ଥିତିକୁ ଅନୁଧ୍ୟାନ କରିଥିଲେ। ଟ୍ରେନ୍ର ବଗିଗୁଡ଼ିକୁ ଟ୍ରାକ୍ରୁ ବାହାର କରିବା ପରେ ଉକ୍ତ ଲାଇନ୍ରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିବା ଜଣାଯାଇଛି।






More Stories
ଆସିଲା ବିୟୁଟୀଙ୍କ ବ୍ୟବଚ୍ଛେଦ ରିପୋର୍ଟ…..
ନିର୍ମାଣ ହେବ ନୂଆ ରାଜସ୍ୱ ଭବନ…..
ସୌମ୍ୟ ହତ୍ୟା ମାମଲା:ଝାରପଡ଼ା ଜେଲ୍ରେ କ୍ରାଇମବ୍ରାଞ୍ଚ…..