ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ଗୃହ ମନ୍ତ୍ରାଳୟ ବିଲ୍ଡିଂକୁ ବୋମା ପକାଇ ଉଡାଇ ଦେବାକୁ ଧମକ ମିଳିଛି। ଇମେଲ୍ ଜରିଆରେ କେହି ଜଣେ ଦୁର୍ବୃତ୍ତ ଏହି ଧମକପୂର୍ଣ୍ଣ ମେଲ୍ ପଠାଇଛନ୍ତି। ଫଳରେ ଅକତଙ୍କ ଖେଳି ଯାଇଛି। ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି। ଦିଲ୍ଲୀର ଅତ୍ୟଧିକ ସମ୍ବେଦନଶୀଳ ନର୍ଥ ବ୍ଲକରେ ବୋମା ଧମକ ମିଳିଛି। ପୋଲିସ ସୂଚନା ମୁତାବକ, ବୁଧବାର ମଧ୍ୟାହ୍ଣ ୩ଟାରେ ଧମକପୂର୍ଣ୍ଣ ଇମେଲ୍ ଆସିଥିଲା। ଏଥିରେ ଗୃହ ମନ୍ତ୍ରାଳୟକୁ ବୋମା ବିସ୍ଫୋରଣ କରି ଉଡାଇ ଦେବାକୁ ଧମକ ଦିଆଯାଇଥିଲା। ଏହାପରେ ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହ ଏକ ଡଗ୍ ସ୍କ୍ୱାଡ୍ ଏବଂ ବୋମା ନିଷ୍କାସନକାରୀ ଦଳ ସମଗ୍ର ଅଞ୍ଚଳରେ ଖୋଜାଖୋଜି କରିଥିଲେ। ଜଣେ ପୋଲିସର ଜଣେ ବରିଷ୍ଠ ଅଫିସରଙ୍କ ପାଖକୁ ଏହି ଇ-ମେଲ୍ ଆସିଥିଲା। ତେବେ ଖୋଜାଖୋଜି ପରେ ମଧ୍ୟ କୌଣସି ସନ୍ଦିଗ୍ଧ ଜିନିଷ ମିଳିନଥିଲା। ଏହାପରେ ଏହି ଧମକପୂର୍ଣ୍ଣ ଇ-ମେଲ୍ ଫେକ୍ ଥିବା କହିଥିଲା ପୋଲିସ ।






More Stories
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….
ଅଟକ ନେତାଙ୍କୁ ଛାଡ଼ିବାକୁ ୱାଙ୍ଗଚୁକଙ୍କ ଚେତାବନୀ….