Report Card Odisha

| Daily Odia News

ଓଡ଼ିଶାରେ ଚାଲିବ ବୁଲଡୋଜର…..

ରିପୋର୍ଟ କାର୍ଡ / ଖୋର୍ଦ୍ଧା

ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର | ଏହି ଶେଷ ଦିନରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାଣପୁରରେ ପ୍ରଚାର କରିଛନ୍ତି । ବିଶାଳ ଜନସଭାକୁ ସମ୍ବୋଧିତ କରି ଯୋଗୀ ଆଦିତ୍ୟନାଥ କହିଛନ୍ତି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆଣି ଜମି ମାଫିଆ, ବାଲି ମାଫିଆ, ଜଙ୍ଗଲ ମାଫିଆଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ଉତ୍ତରପ୍ରଦେଶର ବୁଲଡୋଜର ଶୈଳୀରେ କାମ କରିବୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କିଭଳି ପରିବର୍ତ୍ତନ ଆସୁଛି ତାହା ଦେଶବାସୀ ଦେଖୁଛନ୍ତି । ବିଶ୍ୱରେ ଭାରତର ସମ୍ମାନ ବଢିଛି । ଭାରତର ସୀମାକୁ ସୁରକ୍ଷିତ କରାଯାଇଛି । ଆତଙ୍କବାଦୀଙ୍କୁ ଶାସ୍ତି ଦିଆଯାଇଛି। ପାକିସ୍ତାନ ମଧ୍ୟ ଜାଣିଛି, ଏହା ନୂଆ ଭାରତ । ନୂଆ ଭାରତ କାହା ସହିତ ପ୍ରଥମେ ପ୍ରହାର କରେ ନାହିଁ। କିନ୍ତୁ କିଏ ପ୍ରହାର କଲେ ନିଜର ଶକ୍ତିର ପ୍ରୟ‌ୋଗ କରିଥାଏ। ମୋଦୀଙ୍କ ନେତୃତ୍ୱରେ ଦେଶରେ ବିକାଶ ପର୍ବ ଆରମ୍ଭ ହୋଇଛି । ବିକାଶମୂଳକ କାମର ହିସାବ ଦେଇ ଡବଲ ଇଞ୍ଜିନ ସରକାର ପାଇଁ ଯୋଗୀ ଆଦିତ୍ୟନାଥ ଆହ୍ୱାନ ଦେଇଛନ୍ତି। ମୋଦୀ ଦେଶର ୬୦ କୋଟି ଲୋକଙ୍କୁ ଆୟୁଷ୍ମାନ ଯୋଜନାରେ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ଯୋଗାଇଛନ୍ତି । ଭାରତରେ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି। ଦେଶରେ ୫ମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଦେଶର ୧୨ଟି ରାଜ୍ୟ ବୁଲି ସାରିଲିଣି, ସବୁଠି ଗୋଟିଏ ସ୍ୱର ଶୁଭୁଛି ପୁଣିଥରେ ମୋଦୀ ସରକାର, ଅବ କି ବାର ୪୦୦ ପାର । ସମ୍ବିତ ପାତ୍ରଙ୍କୁ ବିଜୟୀ କରି ସଂସଦ ପଠାନ୍ତୁ, ସେ ପୁରୀକୁ ଅଯୋଧ୍ୟା ଭଳି ଭବ୍ୟ ଓ ଆଧ୍ୟାତ୍ମିକ ସହର ଭାବେ ଗଢି ତୋଳିବେ ।

Breaking News